Categories: ଜାତୀୟ

କଂଗ୍ରେସରେ ବଢୁଛି ଫାଟ: ଜି-୨୩ରେ ଯୋଗଦେଲେ ଥରୁର

ନୂଆଦିଲ୍ଲୀ,୧୬।୩: ପାଞ୍ଚଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳ ମଧ୍ୟରେ ଫାଟ ବଢିବାରେ ଲାଗିଛି। ଅସନ୍ତୁଷ୍ଟ ଗୋଷ୍ଠୀ ବାରମ୍ବାର ଦଳ ହାଇକମାଣ୍ଡଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତ। ବୁଧବାର କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ଘରେ ପୁଣି ଥରେ ଜି-୨୩(କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ) ସଦସ୍ୟଙ୍କ ବୈଠକ ବସିଥିଲା। ଏହି ବୈଠକରେ ଶଶି ଥରୁର ମଧ୍ୟ ଯୋଗ ଦେଇଛନ୍ତି। ଥରୁର ଜି-୨୩ ଗୋଷ୍ଠୀରେ ଯୋଗଦେବା ହାଇ କମାଣ୍ଡଙ୍କ ଅସୁବିଧା ବଢାଇପାରେ। କାରଣ ଥରୁରୁଙ୍କୁ ଗାନ୍ଧୀ ପରିବାରର ନିଟକଟତର ବୋଲି ଗଣାଯାଏ।
ବୁଧବାର ସାରେ ଜି -୨୩ ସଦସ୍ୟମାନେ ରାତ୍ରୀ ଭୋଜନ ପାଇଁ ଗୁଲାମ ନାବି ଆଜାଦଙ୍କ ଘରକୁ ଆସିଥିଲେ। ଏହି ବୈଠକକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ କାରଣ ରବିବାର କଂଗ୍ରେସ ୱାର୍କିଂ କମିଟିରେ ମାରାଥନ ବୈଠକ ହୋଇଥିଲା। ଆଜାଦଙ୍କ ଘରେ ଏହି ବୈଠକରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରେ କପିଲ ସିବଲ, ଶଶି ଥରୁର, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଭୁପିନ୍ଦର ହୁଡା, ଅଖିଳେଶ ପ୍ରସାଦ ସିଂ, ପୃଥ୍ବିରାଜ ଚୌହାନ, ରାଜ ବବର, ପିଜେ କୁରିଏନ ଏବଂ ମଣି ଶଙ୍କର ଆୟାର ରହିଛନ୍ତି। ଏହାପୂର୍ବରୁ, ଜି -୨୩ ସଦସ୍ୟମାନେ ମଧ୍ୟ ନିର୍ବାଚନ ଫଳାଫଳ ଦିନ ସାକ୍ଷାତ କରିଥିଲେ ଏବଂ ଗୋଟିଏ ସ୍ବରରେ ଦଳର ପୂର୍ଣ୍ଣକାଳୀନ ସଭାପତି ଦାବି କରିଥିଲେ।

Share