Categories: ଜାତୀୟ

‘ଭାରତ ଯୋଡୋ ଯାତ୍ରା’ରୁ ମିଳିଥିବା ଲାଭକୁ ଭୋଟରେ ପରିବର୍ତ୍ତନ କରିବା ସହଜ ନୁହେଁ: ଥରୁର

ନୂଆଦିଲ୍ଲୀ,୩୦ ।୧୨: କଂଗ୍ରେସ ନେତା ଶଶି ଥରୁର ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ଗୁରୁବାର କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’କୁ ନେଇ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ କିଭଳି ରଣନୀତି ରଖିବ ।
ଥରୁର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡୋ ଯାତ୍ରାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ଯାତ୍ରାକୁ ନେଇ ବହୁ ପ୍ରତିକ୍ରିୟା ବି ଆସୁଛି । ହେଲେ ଏହାକୁ ଭୋଟରେ ବଦଳାଇବା ଅସଲ ଚ୍ୟାଲେଞ୍ଜ ହେବ । କଂଗ୍ରେସ ନେତା କହିଛନ୍ତି ଭାରତ ଯୋଡୋ ଯାତ୍ରାରୁ ମିଳୁଥିବା ପ୍ରତିକ୍ରିୟାକୁ ଭୋଟରେ ବଦଳାଇଦେବା ସହଜ କଥା ନୁହେଁ । ଏବେ ଥରୁରଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଦଳର ଯାତ୍ରାକୁ ନେଇ ଥରୁରଙ୍କ ଏଭଳି ବୟାନ ଅନେକଙ୍କ ଭୃକୁଞ୍ଚନ ସୃଷ୍ଟି କରିଛି ।

Share