Posted inଜାତୀୟ

ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ ଏପରି କିଛି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ବୁଝିବା ପାଇଁ ଡିସ୍କନାରୀ (ଅଭିଧାନ)ର ଆବଶ୍ୟକତା ପଡ଼ିଥାଏ। ଶଶି ଥରୁରଙ୍କ ଇଂରାଜୀକୁ ନେଇ ଥଟ୍ଟାରେ କୁହାଯାଏ ଯେ, ଯଦି ତା’କୁୁ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ଏକ ଡିସ୍କନାରୀ ସହିତ ବସନ୍ତୁ। ଏହି ଥଟ୍ଟା ଏବେ ବାସ୍ତବ ହୋଇଗଲା ଯେତେବେଳେ ଜଣେ ବ୍ୟକ୍ତି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଥରୁରଙ୍କ କଥା ଶୁଣିବାକୁ ଯାଇ ନିଜ ସହିତ ଏକ ଡିସ୍କନାରୀ ଆଣିଥିଲେ। ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ କଂଗ୍ରେସ ନେତା ଶଶି ଥରୁର ନାଗାଲାଣ୍ଡରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶଶି ଥରୁରଙ୍କୁ ଶୁଣିବାକୁ ଆସିଥିବା ଜଣେ ବ୍ୟକ୍ତି ଏକ ଡିସ୍କନାରୀ ସହିତ ବସିଥିବାର ଦେଖିବାକୁ ମିଳିଛି। ଏଥିସହ ଶଶି ଥରୁର ମଧ୍ୟ ସାମ୍ନାରେ ମଞ୍ଚ ଉପରେ ବସିଥିବାର ନଜର ଆସିଛନ୍ତି। ଜଣେ ଟୁଇଟର ୟୁଜର୍ସ ଏହି ଭିଡିଓକୁ ଶେୟାର କରିଛନ୍ତି। ଫେବୃଆରୀ ୨୬ରେ ଟୁଇଟରରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପସନରେ ଲେଖାହୋଇଛି,‘ନାଗାଲାଣ୍ଡର କେହି ଜଣେ ଡକ୍ଟର ଶଶି ଥରୁରଙ୍କ କଥା ଶୁଣିବା ପାଇଁ ମୋ ଶୋ’ରେ ଅକ୍ସଫୋର୍ଡ ଡିସ୍କନାରୀ ଆଣିଛନ୍ତି। ଶେୟାର ହେବା ପରେ ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର୍ସ ଏହାକୁ ଲାଇକ୍‌ କରିଥିବା ବେଳେ ଏହାକୁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଶେୟାର କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri