Posted inଜାତୀୟ

ଥରୁରଙ୍କୁ ଶୁଣିବା ପାଇଁ ଡିସ୍କନାରୀ ନେଇ ପହଞ୍ଚିଲେ ବ୍ୟକ୍ତି: ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୨୮।୨: କଂଗ୍ରେସ ଏମ୍‌ପି ଶଶି ଥରୁରଙ୍କ ଇଂରାଜୀକୁ ସମସ୍ତେ ପସନ୍ଦ କରନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ସେ ଏପରି କିଛି ଶବ୍ଦ ବ୍ୟବହାର କରନ୍ତି, ଯାହାକୁ ବୁଝିବା ପାଇଁ ଡିସ୍କନାରୀ (ଅଭିଧାନ)ର ଆବଶ୍ୟକତା ପଡ଼ିଥାଏ। ଶଶି ଥରୁରଙ୍କ ଇଂରାଜୀକୁ ନେଇ ଥଟ୍ଟାରେ କୁହାଯାଏ ଯେ, ଯଦି ତା’କୁୁ ଅଧ୍ୟୟନ କରିବାକୁ ଚାହାଁନ୍ତି, ତେବେ ଏକ ଡିସ୍କନାରୀ ସହିତ ବସନ୍ତୁ। ଏହି ଥଟ୍ଟା ଏବେ ବାସ୍ତବ ହୋଇଗଲା ଯେତେବେଳେ ଜଣେ ବ୍ୟକ୍ତି ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ଥରୁରଙ୍କ କଥା ଶୁଣିବାକୁ ଯାଇ ନିଜ ସହିତ ଏକ ଡିସ୍କନାରୀ ଆଣିଥିଲେ। ସୂଚନାଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ କଂଗ୍ରେସ ନେତା ଶଶି ଥରୁର ନାଗାଲାଣ୍ଡରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଶଶି ଥରୁରଙ୍କୁ ଶୁଣିବାକୁ ଆସିଥିବା ଜଣେ ବ୍ୟକ୍ତି ଏକ ଡିସ୍କନାରୀ ସହିତ ବସିଥିବାର ଦେଖିବାକୁ ମିଳିଛି। ଏଥିସହ ଶଶି ଥରୁର ମଧ୍ୟ ସାମ୍ନାରେ ମଞ୍ଚ ଉପରେ ବସିଥିବାର ନଜର ଆସିଛନ୍ତି। ଜଣେ ଟୁଇଟର ୟୁଜର୍ସ ଏହି ଭିଡିଓକୁ ଶେୟାର କରିଛନ୍ତି। ଫେବୃଆରୀ ୨୬ରେ ଟୁଇଟରରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପସନରେ ଲେଖାହୋଇଛି,‘ନାଗାଲାଣ୍ଡର କେହି ଜଣେ ଡକ୍ଟର ଶଶି ଥରୁରଙ୍କ କଥା ଶୁଣିବା ପାଇଁ ମୋ ଶୋ’ରେ ଅକ୍ସଫୋର୍ଡ ଡିସ୍କନାରୀ ଆଣିଛନ୍ତି। ଶେୟାର ହେବା ପରେ ଉକ୍ତ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଅନେକ ୟୁଜର୍ସ ଏହାକୁ ଲାଇକ୍‌ କରିଥିବା ବେଳେ ଏହାକୁ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଶେୟାର କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

ବିମାନବନ୍ଦରରେ କେମିତି ପାଇବେ ଚାକିରି? ଜାଣନ୍ତୁ କ’ଣ ପଢ଼ିଲେ ମିଳିବ ଏହି ସୁଯୋଗ, କେତେ ପାଇବେ ଦରମା…

ନୂଆଦିଲ୍ଲୀ,୨୯ା୩: ବିମାନବନ୍ଦରରେ ଚାକିରି ପାଇବା ଅନେକ ଯୁବତୀ ଯୁବକଙ୍କ ସ୍ବପ୍ନ। ବିମାନବନ୍ଦରରେ କାମ କଲେ ଅନେକ ସୁବିଧା ମିଳିଥାଏ। ଯେଉଁଥିରେ ଭଲ ଦରମା, ବୃତ୍ତିଗତ ପରିବେଶ, ସ୍ମାର୍ଟ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

ସକାଳୁ ସକାଳୁ ଭଞ୍ଜନଗରରେ ଘଟିଛି ଏମିତି କିଛି ଅଘଟଣ: ଜଣଙ୍କୁ ହାଣିଲେ, ଆଉ ଜଣଙ୍କୁ…

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ କୋକଲବା ନିକଟରେ ଜଣେ ଯୁବକଙ୍କୁ ରବିବାର ପ୍ରତ୍ୟୁଷରେ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ…

ଶେଷ ହେବ ଯୁଦ୍ଧ! ନିଜ ଦେଶ ସହ ୟୁରୋପରେ ଇରାନ ଯୁଦ୍ଧକୁ ନେଇ ଟ୍ରମ୍ପଙ୍କୁ କରାଗଲାଣି ଘୋର ବିରୋଧ

ଓ୍ବାଶିଂଟନ,୨୯।୩: ଗତ ୩୦ ଦିନ ଧରି ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଚାଲିଛି। ସମଗ୍ର ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବୁଡ଼ି ରହିଛି। ସାରା ବିଶ୍ୱରେ ଉତ୍ତେଜନାର ବାତାବରଣ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ରେମଣ୍ଡର ପୂର୍ବତନ ଅଧ୍ୟକ୍ଷ ବିଜୟପତ ସିଂଘାନିଆଙ୍କ ପରଲୋକ, ପଛରେ ଛାଡି ଗଲେ ଏତେ କୋଟି ଟଙ୍କାର ସମ୍ପତ୍ତି

ମୁମ୍ବାଇ,୨୯।୩: ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ଜଣେ ପ୍ରବୀଣ ଶିଳ୍ପପତି ବିଜୟପତ ସିଂଘାନିଆଙ୍କର ଶନିବାର ସାରେ ମୁମ୍ବାଇରେ ୮୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ…

ଓକିଲ ସଂଘ ନିର୍ବାଚନ: ସଭାପତି ହେଲେ ନିର୍ବାଚନ କେଶରୀ ଭୋଇ…

ଜି.ଉଦୟଗିରି,୨୯।୩(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି): ସ୍ଥାନୀୟ ଜେଏମଏଫସି କୋର୍ଟ ପରିସରରେ ଶନିବାର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଇନଜୀବୀ ରାମାରାଓ ନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri