Categories: ଜାତୀୟ

‘ଅନ୍ତରାତ୍ମାକୁ ଶୁଣି ଭୋଟ ଦିଅନ୍ତୁ,’ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ଶଶି ଥରୁରଙ୍କ ଶେଷ ଅପିଲ

ନୂଆଦିଲ୍ଲୀ,୧୭ ।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଦଳ ମଧ୍ୟରେ ଯେତିକି ଦଳ ବାହାରେ ବି ସେତିକି ଉତ୍ସାହ ଦେଖାଯାଇଛି । ସମସ୍ତଙ୍କ ନଜର କିଏ ହେବେ କଂଗ୍ରେସର ଅଧ୍ୟକ୍ଷ । ଏହି ରେସରେ ପ୍ରତିଦ୍ୱନ୍ଦିତା କରୁଥିବା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଶେଷ ଅପିଲ କରିଛନ୍ତି । ଥରୁର କହିଛନ୍ତି, ମୁଁ ଦଳରେ ବିକେନ୍ଦ୍ରୀକରଣ, ଆଧୁନିକିକରଣ ଓ ଏହାକୁ ଅଧିକ ସମାବେସୀ କରିବାର ସ୍ୱପ୍ନ ଦେଖିଛି । ମୁଁ ବହୁତ ଆଶାବାଦୀ, କାରଣ ମୁଁ ଜାଣିଛି କଂଗ୍ରେସ ଦଳ ମଧ୍ୟରେ ସାହସ ରହିଛି, ଏହାର କର୍ମୀବି ବଡ ସାହସି ।
କଂଗ୍ରସ ଅଧ୍ୟକ୍ଷ ପଦ ପ୍ରାର୍ଥି ଶଶି ଥରୁର କହିଛନ୍ତି, ଯେତେବେଳେ ଆପଣ ବୁଥରେ ଭୋଟିଂ ପାଇଁ ଠିଆ ହୋଇଥିବେ ସେଠାରେ ସେହି ସାହସ ଦେଖାଇ ନିଜ ଅନ୍ତରାତ୍ମାର କଥା ଶୁଣି ପରିବର୍ତ୍ତନ ପାଇଁ ଭୋଟ ଦେବେ । ମୁଁ ବିଶ୍ୱାସ ରଖିଛି ଯେ ଆପଣ କେବଳ ଆପଣଙ୍କ ଭୋଟ ନୁହେଁ ବରଂ ସାହସର ବି ବ୍ୟବହାର କରିବେ । ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଏହି ଧର୍ମ ପାଳନ କରିବେ ।

Share