Categories: ଫୁରସତ

ବିଦେଶ ଚାକିରି ଛାଡ଼ି ଚା’ ବିକୁଛନ୍ତି ଶର୍ମିଷ୍ଠା

ନୂଆଦିଲ୍ଲୀ:ପରିଶ୍ରମ ଅନୁସାରେ ପାରିଶ୍ରମିକ ନ ମିଳିବାରୁ ଯୁବପିଢ଼ି ଅନ୍ୟ ପାଖରେ ଚାକିରି କରିବା ଅପେକ୍ଷା ନିଜର ଏକ ଛୋଟ କାଟିବା ବ୍ୟବସାୟ ଆରମ୍ଭ କରିବା ଉଚିତ୍‌ ବୋଲି ଭାବୁଛନ୍ତି। ସମାନ ଘଟଣା ଦିଲ୍ଲୀ ଝିଅ ଶର୍ମିଷ୍ଠା ଘୋଷଙ୍କ କ୍ଷେତ୍ରରେ ଘଟିଛି। ବ୍ରିଟେନ୍‌ କାଉନ୍ସିଲରେ ଚାକିରି କରିଥିିବା ଶର୍ମିଷ୍ଠା ଏବେ ଜବ୍‌ ଛାଡ଼ି ଦିଲ୍ଲୀ କାଣ୍ଟର ଗୋପୀନାଥ ବଜାରରେ ଚା’ ଷ୍ଟଲ୍‌ ଖୋଲିଛନ୍ତି। ଶର୍ମିଷ୍ଠାଙ୍କ ବିଷୟରେ ଭାରତୀୟ ସେନାର ଅବସରପ୍ରାପ୍ତ ବ୍ରିଗେଡିୟର୍‌ ସଞ୍ଜ ଖାନ୍ନା ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିବା ପରେ ତାଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ଇଂଲିଶରେ ଏମ୍‌ଏ କରିଥିବା ଶର୍ମିଷ୍ଠାଙ୍କୁ ଚାକିରି କରି ସେତେ ସନ୍ତୋଷ ପ୍ରାପ୍ତି ହେଉ ନ ଥିଲା, ଯାହା ଏବେ ଚା’ ଷ୍ଟଲରୁ ମିଳୁଛି। ଶର୍ମିଷ୍ଠାଙ୍କ ସହ ତାଙ୍କର ଆଉ ଜଣେ ବାନ୍ଧବୀ ଭାବନା ରାୟ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ଭାବନା ଲଫଥାନ୍ସା ଏୟାରଲାଇନ୍ସରେ କାମ କରନ୍ତି। ସନ୍ଧ୍ୟାବେଳେ ଦୁଇଜଣ ଏକାଠଇ ଆସି ଦୋକାନ ଖୋଲନ୍ତି। କେବଳ ଭଲ ଚାକିରି କରିବା ଲାଗି ଉଚ୍ଚଶିକ୍ଷା ଲାଭ କରିବା କଥା ଚିନ୍ତା କରିବା ଉଚିତ୍‌ ନୁହେଁ। ଏକ ଛୋଟ ଆରମ୍ଭରୁ ଅନେକ ବଡ଼ ଆକାଂକ୍ଷାକୁ ପୂରଣ କରାଯାଇପାରିବ ବୋଲି ଭାବନା କହିଛନ୍ତି ।

Share