ଦୟାଲ ଆଶ୍ରମରେ କାନ୍ଦିଲେ ଶର୍ମିଷ୍ଠା

ଭୁବନେଶ୍ୱର,୧।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ। ଶୁକ୍ରବାର ରିମାଣ୍ଡର ଚତୁର୍ଥ ଦିନରେ କ୍ରାଇମବ୍ରାଞ୍ଚ ଶର୍ମିଷ୍ଠାଙ୍କୁ ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମକୁ ଆଣି ତଦନ୍ତ ଆରମ୍ଭ କରିଛି। ହେଲେ ଶର୍ମିଷ୍ଠା ଆଶ୍ରମରେ ପହଞ୍ଚିବା ପରେ କାନ୍ଦି ପକାଇଥିଲେ। ଅପହରଣ ପରେ ମାନସଙ୍କୁ କେଉଁଠି ରଖାଯାଇଥିଲା, କିଭଳି ଭାବେ ହତ୍ୟା କରାଗଲା ଏହାର ସମସ୍ତ ସୂଚନା ଦେଇଛନ୍ତି ଶର୍ମିଷ୍ଠା। ଦୟାଲ ଆଶ୍ରମରେ ଡେମୋ ଦେଖାଇବା ପରେ ଶର୍ମିଷ୍ଠାଙ୍କୁ ମୃତଦେହ ପୋତା ଯାଇଥିବା ନୟାଗଡ଼ ଜିଲା ରଣପୁର ନିଆଯାଇଛି।