କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

ଭୁବନେଶ୍ୱର,୨୮।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ସୋମବାର କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମ୍‌ଏଫସି କୋର୍ଟରେ ହାଜର କରିଥିବା ବେଳେ ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ କୋର୍ଟରେ ହାଜର କରାଯାଇଛି। ସକାଳେ ଶର୍ମିଷ୍ଠା ଓ ଝୁନାଙ୍କୁ ଗିରଫ କରାଯାଇଥିଲ। କୋଲକତାରୁ ବସ୍‌ରେ ଆସିବା ବେଳେ କ୍ରାଇମବ୍ରାଞ୍ଚ ଓ ପୋଲିସ ଗିରଫ ମିଳିତ ଭାବେ ଗିରଫ କରିଥିଲେ।