ଅଭିନେତାଙ୍କ ମୃତ୍ୟୁକୁ ନେଇ ଗୁଜବ

ବମ୍ବେ: ଅଭିନେତା ଶର୍ମନ ଯୋଶୀ ଆଉ ନାହାନ୍ତି। କିଛି ଏଭଳି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହଠାତ ଏଭଳି ଖବର ପାଇ ଅଭିନେତାଙ୍କ ପ୍ରଶଂସକମାନେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ହେଲେ ଏବେ ଶ୍ୱଶୁର ପ୍ରେମ ଚୋପ୍ରା ନିଜେ ଏହା ଗୁଜବ ବୋଲି ସ୍ପଷ୍ଟ କରିଛନ୍ତି। ଶର୍ମନ ବିଲ୍‌କୁଲ୍‌ ଠିକ୍‌ ଅଛନ୍ତି ବୋଲି ସେ କହିଛନ୍ତି।

ତେବେ ଶର୍ମନ ‘ଗୋଲମାଲ୍‌, ଥ୍ରୀ ଇଡିଅଟ୍‌ସ, ରଙ୍ଗ ଦେ ବସନ୍ତି ଏବଂ ଏକ୍ସକ୍ୟୁଜ୍‌ ମି’ ଭଳି ଫିଲ୍ମରେ ଅଭିନୟ କରି ବାହାବା ସାଉଁଟିଛନ୍ତି। ବ୍ୟକ୍ତିଗତ ଜୀବନ ଦେଖିଲେ ସେ ପ୍ରେମ ଚୋପ୍ରାଙ୍କ ଝିଅ ପ୍ରେରଣା ଚୋପ୍ରାଙ୍କୁ ବିବାହ କରିଛନ୍ତି। ଉଭୟ କଲେଜ ଦିନରୁ ପରସ୍ପରକୁ ଭଲପାଇ ବସିଥିଲେ। ୨୦୦୦ ଜୁନ୍‌ ୧୫ରେ ଶର୍ମନ ବମ୍ବେରେ ବିବାହ କରିନେଇଥିଲେ। ଏବେ ଦୁହେଁ ତିନୋଟି ସନ୍ତାନର ମାତାପିତା।

Share