୧୦୫ କୋଟି ସମ୍ପତ୍ତିର ମାଲିକ ଏହି ଅଭିନେତା, ପଡ଼ିଥିଲେ ଖଳନାୟକଙ୍କ ଝିଅଙ୍କ ପ୍ରେମରେ

ବମ୍ବେ: ବାପା ଥିଏଟର ଅଭିନେତା। ଭଉଣୀ ଅଭିନେତ୍ରୀ। ଏଥିପାଇଁ ଅଭିନୟ ପ୍ରତି ଆକୃଷ୍ଟ ହୋଇଥିଲେ ଅଭିନେତା ଶରମନ ଜୋଶୀ। ମହାରାଷ୍ଟ୍ରର ନାଗପୁରର ଏକ ଗୁଜରାଟି ପରିବାରରେ ତାଙ୍କ ଜନ୍ମ। ଘରୁ ହିଁ ତାଙ୍କୁ ଅଭିନୟର ଶିକ୍ଷା ମିଳିଥିଲା। କ୍ୟାରିୟର ଆରମ୍ଭରୁ ସେ ଥିଏଟର କଳାକାର ଥିଲେ। ପରେ ସେ ହିନ୍ଦୀ ସିନେମାରେ ପାଦ ରଖିଥିଲେ। ୧୯୯୯ରେ ରିଲିଜ ହୋଇଥିବା ଫିଲ୍ମ ‘ଗଡ୍‌ମଦର’ ଜରିଆରେ ସେ ନିଜର ବଲିଉଡ୍‌ ଡେବ୍ୟୁ କରିଥିଲେ। ଏହା ବେଶ ସଫଳ ହୋଇଥିବା ବେଳେ ୬ ଜାତୀୟ ପୁରସ୍କାର ଜିତିଥିଲା।

ନିଜର ପରିଶ୍ରମ ବଳରେ ଶରମନ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଛନ୍ତି। ସେ ଆଭିଜାତ୍ୟ ଜୀବନ ବିତାଇଥାନ୍ତି। ଏକ ରିପୋର୍ଟ ମୁତାବକ ତାଙ୍କର ମୋଟ ସମ୍ପତ୍ତି ୧୦୫ କୋଟି। ଗୋଟିଏ ଫିଲ୍ମ ପିଛା ସେ ମୋଟା ଅଙ୍କର ପାଉଣା ମଧ୍ୟ ରହିଛି। ଏହାଛଡ଼ା ଓ୍ବେବ୍‌ ସିରିଜ୍‌ରେ ତାଙ୍କ ଅଭିନୟକୁ ବେଶ ପସନ୍ଦ ମଧ୍ୟ କରାଯାଇଛି।

ବ୍ୟକ୍ତିଗତ ଜୀବନ ଦେଖିଲେ ଶରମନ ବଲିଉଡ୍‌ର ଜଣାଶୁଣା ଅଭିନେତା ତଥା ଖଳନାୟକ ପ୍ରେମ ଚୋପ୍ରାଙ୍କ ଝିଅ ପ୍ରେରଣାଙ୍କୁ ବିବାହ କରିଛନ୍ତି। ଉଭୟ କଲେଜ ସମୟରେ ପରସ୍ପରକୁ ଭେଟିଥିଲେ। ପ୍ରଥମେ ବନ୍ଧୁ ହେବା ପରେ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ଅନେକ ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ୨୦୦୦ ଜୁନ ୧୫ରେ ସେମାନେ ବିବାହ କରିଥିଲେ। ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି।

Share