ବାପା ସରକାରୀ ଚାକିରିଆ, ବଡ଼ ହେବା ସ୍ବପ୍ନ ଦେଖି ପୁଅ ଛିଡ଼ା କଲେ ୫୦୦ କୋଟିର କମ୍ପାନୀ

ସୋନି ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘ସାର୍କ ଟ୍ୟାଙ୍କ ଇଣ୍ଡିଆ’ର ସିଜନ୍‌ ୩ରେ ଯୋଡ଼ି ହୋଇଛନ୍ତି ଅନେକ ନୂଆ ସାର୍କ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଜହର ଇକବାଲ। ଇନଶଟର୍‌ସର ସହ ସଂସ୍ଥାପକ ଏବଂ ସିଇଓ ଅଜହର ଶୋ’ରେ ସାମିଲ ହୋଇଥିବା ପ୍ରଥମ ଟେକ୍‌ ସାର୍କ। ସେ ଏବେ ୫୦୦ କୋଟିର ମାଲିକ।

ଅଜହର ଜଣେ ସାଧାରଣ ପରିବାରରୁ ଆସିଛନ୍ତି। ତାଙ୍କ ବାପା ଜଣେ ସରକାରୀ ଚାକିରିଆ ଥିଲେ। ଏଣୁ ସେ କେବେ ବ୍ୟବସାୟ କରିବା କଥା ଚିନ୍ତା କରି ନ ଥିଲେ। ପିଲାଟିଦିନରୁ ସେ ମୋଟା ଅଙ୍କର ରୋଜଗାର କରିବାକୁ ଚାହୁଁଥିଲେ। ମଧ୍ୟବିତ୍ତ ପରିବାରରୁ ଆସିଥିବାରୁ ଟଙ୍କା ପାଖରେ ଥିଲେ ଜୀବନରେ ସବୁକିଛି ହାସଲ କରିହେବ ବୋଲି ଲାଗୁଥିଲା। ପରେ ଭାଗ୍ୟ ତାଙ୍କୁ ଭିନ୍ନ ଦିଗରେ ନେଇଥିଲା।

ସଫଳ ବ୍ୟବସାୟୀ ହେବା ନେଇ ଅଜହର କୁହନ୍ତି, ବ୍ୟବସାୟରେ ମୁଁ ସର୍ବଦା ନମ୍ବରକୁ ଗୁରୁତ୍ୱ ଦେଇଥାଏ। ଭାବପ୍ରବଣତାକୁ ଦୂରରେ ରଖେ। ଅନେକ ଲୋକ ବ୍ୟବସାୟରେ ନିବେଶ କରିବା ସମୟରେ ପ୍ରତିଷ୍ଠାତାଙ୍କ କାହାଣୀ ଏବଂ ଅନ୍ୟ ବିଷୟରେ ଚିନ୍ତା କରିଥାନ୍ତି। ହେଲେ ମୁଁ ଭାବେ ଯଦି ନମ୍ବର ଭଲ ତେବେ ଯେକୌଣସି ପରିସ୍ଥିତିରେ ଥାଅ ନା କାହିଁକି, ଫରକ ପଡ଼ିବ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ରଶ୍ମିକା-ବିଜୟଙ୍କ ରିସେପଶନ ପାର୍ଟିରେ ବିନା ଜୋତାରେ ପହଞ୍ଚିଲେ ରାମ ଚରଣ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚେନ୍ନାଇ,୫।୩: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଲୋକପ୍ରିୟ ଦମ୍ପତି ରଶ୍ମିକା ମମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସବୁବେଳେ ଖବରରେ ରହିଆସୁଛନ୍ତି। ମାର୍ଚ୍ଚ ୪ ରେ ସେମାନେ ହାଇଦ୍ରାବାଦରେ ଏକ…

ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିଆ, ସାମ୍ନାକୁ ଆସିଲା ପ୍ରଥମ Video

ମୁମ୍ବାଇ,୫।୩: ପୂର୍ବତନ ଭାରତୀୟ କ୍ରିକେଟର ତଥା କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇରେ ସାନିଆ ଚନ୍ଦୋକଙ୍କୁ ବହୁତ ଧୁମଧାମରେ ​​ବିବାହ କରିଛନ୍ତି ।…

ସ୍ତ୍ରୀଙ୍କୁ ଏତିକି ଟଙ୍କାର ଭରଣପୋଷଣ ଦେବେ ଥଲାପତି ବିଜୟ: ଜାଣିଲେ ଉଡ଼ିଯିବ ହୋଶ୍‌

ସାଉଥ୍‌ ସୁପରଷ୍ଟାର ଏବଂ ରାଜନେତା ଥଲାପତି ବିଜୟ ଏବଂ ସ୍ତ୍ରୀ ସଙ୍ଗୀତା ସୋର୍ନାଲିଙ୍ଗମଙ୍କ ମଧ୍ୟରେ ଛାଡପତ୍ର ମାମଲା ଜୋର ଧରିଛି। ସଂଗୀତା ସମ୍ପ୍ରତି ଚେଙ୍ଗାଲପଟୁ ପରିବାର କୋର୍ଟରେ…

ବିବାହ ପରେ ସମସ୍ତଙ୍କ ହୃଦୟ ଜିତୁଛନ୍ତି ବିଜୟ-ରଶ୍ମିକା, ଏବେ ୪୪ଟି ସରକାରୀ ସ୍କୁଲ ପାଇଁ କଲେ ବଡ଼ ଘୋଷଣା

ମୁମ୍ବାଇ,୩।୩: ନବବିବାହିତ ଦମ୍ପତି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ସେମାନଙ୍କ ବିବାହ ପାଇଁ ଖବରରେ ଅଛନ୍ତି। ସେମାନଙ୍କ ବିବାହ ଉତ୍ସବ ମଧ୍ୟରେ, ଏହି ଦମ୍ପତି…

ରିଲିଜ ହେଲା ‘ଟକ୍ସିକ’ର ପ୍ରଥମ ଗୀତ, ପ୍ରଶଂସା ସାଉଁଟୁଛନ୍ତି କିଆରା

ମୁମ୍ବାଇ: ଆସନ୍ତା ୧୯ରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ଟକ୍ସିକ। ୟଶଙ୍କ ଏହି ଫିଲ୍ମ ରଣବୀର ସିଂହଙ୍କ ଧୂରନ୍ଧର-୨ ସହିତ କଡ଼ା ଟକ୍କର ଦେବ। ଯାହା ୨୦୨୫ର…

‘ମୁଁ ସୁରକ୍ଷିତ ଅଛି’, ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ଦୁବଇରେ ଫସିଥିବା ସୋନାଲ ଚୌହାନ ଦେଲେ ବଡ଼ ଅପଡେଟ, କହିଲେ…

ଦୁବଇ,୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟପ୍ରାଚ୍ୟ ବର୍ତ୍ତମାନ ଏକ ଉତ୍ତେଜନାପୂର୍ଣ୍ଣ ପରିବେଶ ଅନୁଭବ କରୁଛି। ଏହି ସମୟରେ, ଦୁବାଇରେ ଫସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri