Categories: ଫୁରସତ

ସମୁଦ୍ରରେ ଗାଧୋଉଥିଲେ ମହିଳା, ଆକ୍ରମଣ କଲା ସାର୍କ, ଭିଡିଓ ଦେଖିଲେ…

ଦୁନିଆରେ ଅନେକ ବିପଜ୍ଜନକ ଜୀବ ବାସ କରନ୍ତି। ଯେତେବେଳେ ଆମେ ସେମାନଙ୍କର ସାମ୍ନା କରିଥାଉ ସେତେବେଳେ ଆମେ ଜାଣୁ ଯେ ସେମାନେ ଆମର କେତେ ପରିମାଣରେ କ୍ଷତି କରିପାରନ୍ତି। ନିଶ୍ଚିତ ଭାବରେ ସାର୍କ ବିଷୟରେ ଶୁଣିଥିବେ, ଏମାନେ ବହୁତ ବିପଜ୍ଜନକ। ବର୍ତ୍ତମାନ ଜଣେ ମହିଳାଙ୍କ ସହ ଏପରି କିଛି ଘଟିଛି, ଯାହା ସମଗ୍ର ବିଶ୍ୱବାସୀ ଚକିତ ହୋଇଯାଇଛନ୍ତି। ଇଜିପ୍ଟରେ ଜଣେ ମହିଳା ସାର୍କ ଆକ୍ରମଣର ଶିକାର ହୋଇଥିଲେ। ଫଳରେ ଅଷ୍ଟ୍ରିଆର ଏହି ମହିଳା ଜଣଙ୍କର ମୃତ୍ୟୁ ଘଟିଛି।

ଏକ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରିଆର ଜଣେ ୫୮ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ସହ ମିଶରରେ ରହୁଥିଲେ। ସେ ସମୁଦ୍ରରେ ଗାଧୋଉଥିବାବେଳେ ତାଙ୍କୁ ଏକ ସାର୍କ ଆକ୍ରମଣ କରିଥିଲା। ଏହା ପରେ ଯାହା ଘଟିଲା, ତାହା ଏକ ଭୟଙ୍କର ଦୃଶ୍ୟ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ସାର୍କ ମହିଳାଙ୍କ ପାଦ ଓ ହାତକୁ ଟାଣି ନେଇଥିଲା। ଏହି ସମୟରେ ଅନେକ ରୁଷିଆ ପର୍ଯ୍ୟଟକ ଏବଂ ଅନ୍ୟ ଲୋକମାନେ ସେଠାରେ ଉପସ୍ଥିତ ଥିଲେ ଯେଉଁମାନେ ଏହି ଘଟଣା ଦେଖୁଥିଲେ। ଭିଡିଓରେ ସେ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି ଯେ, ଲାଇଫ୍‌ ଗାର୍ଡ କେଉଁଠାରେ ଅଛନ୍ତି, କାହିଁକି ଡଙ୍ଗା ନାହିଁ, କେହି ଜଣେ ଉଦ୍ଧାର କର କିନ୍ତୁ ପାଣି ଭିତରକୁ ଯିବାକୁ କେହି ସାହସ କଲେ ନାହିଁ। ମହିଳା ଜଣକ କେବଳ ସେହି ସାର୍କ ସହିତ ଲଢ଼େଇ କଲେ। ଫଳରେ ପାଣି ଲାଲ୍‌ ହୋଇଗଲା। କିନ୍ତୁ ମହିଳା ଜଣକ କୌଣସି ପ୍ରକାରେ କୂଳରେ ପହଞ୍ଚିଗଲେ। କିନ୍ତୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।

ଭିଡିଓରେ ଅନେକ ୟୁଜର ମନ୍ତବ୍ୟ ଦେଇଛନ୍ତି। ଏଥିରେ ଜଣେ ୟୁଜର ଲେଖିଛନ୍ତି, ସମସ୍ତେ କେବଳ ଭିଡିଓ କରିବାରେ ବ୍ୟସ୍ତ କିନ୍ତୁ ମହିଳାଙ୍କୁ ବଞ୍ଚାଇବାକୁ କେହି ଚେଷ୍ଟା କଲେ ନାହିଁ। କାରଣ ପାଣି ଭିତରକୁ ଯିବାକୁ ସାହସ ନାହିଁ। ସମସ୍ତେ ଆମ୍ବୁଲାନ୍ସ, ଲାଇଫ ଗାର୍ଡଙ୍କୁ ଡାକିଥିବାର ଦେଖାଯାଇଥିଲା, କିନ୍ତୁ ଉଦ୍ଧାରକାରୀ ଦଳ ସେଠାରେ  ନ ଥିଲେ। ଫଳରେ ମହିଳାଙ୍କ ଜୀବନ ଚାଲିଗଲା

Share