ମୋଦିଙ୍କ ଫଟୋ ଶେୟାର କରି କଙ୍ଗନା ଲେଖିଲେ ଏମିତି

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ତେଜସ୍‌’ ବଡ଼ପରଦାରେ ରିଲିଜ ହୋଇସାରିଛି। ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରିପାରିନାହିଁ। ଏବେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଫିଲ୍ମ ଦେଖିଥିବା କହିଛନ୍ତି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଶନିବାର କର୍ନାଟକର ବେଙ୍ଗାଲୁରୁରେ ଫାଇଟର ଜେଟ୍‌ ‘ତେଜସ୍‌’ରୁ ଉଡ଼ାଣ କରିଛନ୍ତି। ତାଙ୍କର କିଛି ଫଟୋ ସୋସିଆଲ ମିଡିଆର ଘୂରି ବୁଲୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋକୁ ସପୋର୍ଟ କରି କଙ୍ଗନା ଏକ ନୋଟ୍‌ ଲେଖିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ତାଙ୍କର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ କ୍ୟାପଶନ ଲେଖିଛନ୍ତି, ମୁଁ ଆଜି ତେଜସରେ ଉଡ଼ାଣ ଆରମ୍ଭ କରି ଅତ୍ୟନ୍ତ ଖୁସି । ଗର୍ବର ସହିତ କହିବି କି ଆମର ପରିଶ୍ରମ ଯୋଗୁ ଆମେ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଦୁନିଆର କାହାଠାରୁ କମ୍‌ ନୁହଁ। ଭାରତୀୟ ବାୟୁସେନା, ହାଲ୍‌ ଏବଂ ଡିଆରଡିଓ ତଥା ସମସ୍ତ ଭାରତୀୟଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

Share