Advertisement

ଅଭିଷେକଙ୍କ ସହ ଫଟୋ ଶେୟାର କରି ଏମିତି ଲେଖିଲେ ଭଉଣୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ନିକଟରେ ସେମାନଙ୍କ ବଙ୍ଗଳାରେ ଏକ ଗ୍ରାଣ୍ଡ ଦିଓ୍ବାଲୀ ପାର୍ଟି କରିଥିବା ଦେଖିବାକୁ ମିଳିଥିଲା। ଏହି ପାର୍ଟିରେ ବଲିଉଡ୍‌ର ଅଧିକାଂଶ ସେଲିବ୍ରିଟି ସାମିଲ ହୋଇଥିଲେ। ଏବେ ଏହି ବଙ୍ଗଳାରୁ ପୁଣି ଏକ ଫଟୋ ଭାଇରାଲ ହେଉଛି। ‘ଭାଇ ଦୁଜ୍‌’ ବା ଭାତୃ ଦ୍ୱିତୀୟା ଉପଲକ୍ଷେ ବଚ୍ଚନ ପରିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଅଭିଷେକ ଏବଂ ଭଉଣୀ ଶ୍ୱେତାଙ୍କୁ ଦେଖିବାକୁ ମିଳିଛି।

jagran

ଶ୍ୱେତା ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକାଠି ଅନେକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଭାଇ ଅଭିଷେକଙ୍କ ସହ ସୋଫାରେ ବସିଥିବାର ନଜର ଆସିଛନ୍ତି। ଉଭୟଙ୍କ ଲୁକ୍‌ ଏହି ଫଟୋରେ ଖୁବ୍‌ ସୁନ୍ଦର ଦେଖାଯାଉଛି। ଗୋଟିଏ ଫଟୋରେ ଅଭିଷେକ ଶ୍ୱେତାଙ୍କୁ ଚାହିଁଥିବା ବେଳେ ଆଉ ଗୋଟିଏ ଫଟୋରେ ଉଭୟେ ଉଭୟଙ୍କୁ ଚାହିଁ ଖୁବ୍‌ ହସୁଛନ୍ତି।

ଫଟୋରେ ଶ୍ୱେତା ଏବଂ ଅଭିଷେକଙ୍କୁ ପାରମ୍ପରିକ ରୂପରେ ଦେଖିବାକୁ ମିଳିଛି। ଏହି ଭଉଣୀ-ଭାଇ ଯୋଡ଼ି ଖୁବ୍‌ ସୁନ୍ଦର। ଶ୍ୱେତା ଏକ ହଳଦିଆ ସାଲଓ୍ବାର କୁର୍ତ୍ତା ପିନ୍ଧିଥିବାବେଳେ ଅଭିଷେକଙ୍କୁ ନୀଳ ରଙ୍ଗର କୁର୍ତ୍ତାରେ ଦେଖିବାକୁ ମିଳିଛି। ଫଟୋ ଶେୟାର କରି ଶ୍ୱେତା ଲେଖିଛନ୍ତି, କ’ଣ କହିବି ଅଭିଷେକ ହେଉଛନ୍ତି ସୂର୍ଯ୍ୟକିରଣ ଏବଂ ଇନ୍ଦ୍ରଧନୁ ପରି। ‘ଶୁଭ ଭାତ୍ରୁ ଦ୍ୱିତୀୟା’ ବୋଲି ଲେଖିଛନ୍ତି।

ଶ୍ୱେତା କହିଛନ୍ତି, ଯେତେବେଳେ ଅଭିଷେକଙ୍କୁ ଟ୍ରୋଲ୍‌ କରାଯାଏ କିମ୍ବା ତାଙ୍କ ବିଷୟରେ କିଛି ଖରାପ କୁହାଯାଏ, ସେତେବେଳେ ତାଙ୍କ ରକ୍ତ ଫୁଟିଉଠେ। ଶ୍ୱେତା ଏହା ମଧ୍ୟ କହିଛନ୍ତି, ଅଭିଷେକଙ୍କୁ ଅମିତାଭ ବଚ୍ଚନଙ୍କ ସହ ତୁଳନା କରିବା ଭୁଲ୍‌ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇରେ ରହିବା ପାଇଁ ହେଲେ ଗଣପତି ଜୀଙ୍କ ଅନୁମତି ଆବଶ୍ୟକ: କଙ୍ଗନା

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ସିଦ୍ଧିବିନାୟକ ମନ୍ଦିର ଦର୍ଶନ ପାଇଁ ଯାଇଛନ୍ତି। ମରାଠୀ ଲୁକ୍‌ରେ ସେ ଗଣପତିଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। କଙ୍ଗନାଙ୍କ ମରାଠୀ ଲୁକ୍‌ର...

ଆଦିତ୍ୟଙ୍କୁ ଛାଡ଼ି ଛୁଟି ମନାଇବାକୁ ବାହାରିଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ଗାୟିକା ନେହା କକ୍କର ଆଜିକାଲି ରିଲାକ୍ସ ମୁଡ୍‌ରେ। ଇଣ୍ଡିଆନ୍‌ ଆଇଡଲ୍‌ରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟଙ୍କ ସହ ବିବାହ ଡ୍ରାମା...

ସ୍କୁଲ ଯିବା ବାଟରେ ମୁଣ୍ଡକୁ ଆସିଲା ଏମିତି କଥା, ଫୋନ ବିକି ଅକ୍ଷୟ କୁମାରଙ୍କୁ ଭେଟିବାକୁ ଚାଲିଗଲେ ସୁନ୍ଦରଗଡ଼ର ଛାତ୍ର

ସୁନ୍ଦରଗଡ,୧୩।୮(ଡି.ଏନ୍‌.ଏ.): ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କୁ ଦେଖିବା ନିଶା ଏମିତି ଯେ ଫୋନ୍‌ ବିକି ମୁମ୍ବାଇ ଚାଲିଯାଇଥିଲେ ଜଣେ ଛାତ୍ର। ପରେ ତାଙ୍କୁ ମୁମ୍ବାଇସ୍ଥିତ ବଲିଉଡ...

ବଲିଉଡ୍‌ରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌: ଫଟୋ ଶେୟାର କରି ଦେଲେ ସୂଚନା

ମମ୍ବାଇ: ପରଦାକୁ ଫେରୁଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌। ଅଭିନୟ ମାଧ୍ୟମରେ ନୁହେଁ ବରଂ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ...

ଜାକ୍‌ଲିନଙ୍କ ସହ ସଲମାନଙ୍କ ନୂଆ ଭିଡିଓ ରିଲିଜ

ମୁମ୍ବାଇ: କରୋନା ପାଇଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତ୍ରୀ, ଅଭିନେତା ସମସ୍ତେ ଘରେ ଏକ...

୧୦୩ ବର୍ଷ ବୟସରେ ଗାୟିକା ଭେରା ଲିନଙ୍କ ପରଲୋକ

ଓ୍ବାଶିଂଟନ,୧୮।୬: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଗୀତ ଶ୍ରୋତାଙ୍କ ହୃଦୟରେ ଅଭୁଲା ହୋଇ ରହିଯାଇଥିଲା। ସେହି ବହୁ ପରିଚିତ ଗାୟିକା ଭେରା ଲିନଙ୍କର ଜୁନ ୧୮...

ଫେବୃୟାରୀ ୧୩ରେ ହଂକଂରେ ରିଲିଜ ହେବ ‘ଗୁଡ୍‌ ନ୍ୟୁଜ’

ମୁମ୍ବାଇ: ବଲିଉଡ୍‌ ମୁଭି ‘ଗୁଡ୍‌ ନ୍ୟୁଜ’ ଚଳିତ ମାସ ୧୩ ତାରିଖରେ ହଂକଂରେ ରିଲିଜ୍‌ ହେବାକୁ ଯାଉଛି। ୫୨ବର୍ଷୀୟ ଅଭିନେତା ତଥା ଏହି ଫିଲ୍ମର ଲିଡ୍‌...

ସିଦ୍ଧାର୍ଥଙ୍କ ସହ ଦେଶୀ ଲୁକ୍‌ରେ ନଜର ଆସିଲେ କିଆରା

ମୁମ୍ବାଇ: ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଯାଇଛି ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡ ସେରିମନି । ଏହି ଆୱାର୍ଡ ଶୋ’ରେ ଟେଲିଭିଜନରୁ ଆରମ୍ଭ...

Advertisement
Archives

Model This Week