Categories: ଖେଳ

ରିଜା ହେଣ୍ଡ୍ରିକ୍ସଙ୍କ ଓ୍ବିକେଟ ନେଇ ହ୍ରିତିକଙ୍କ ଷ୍ଟାଇଲରେ ନାଚିଲେ ଶରିଫୁଲ ଇସଲାମ, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨୪।୧୦ : ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ବିଶ୍ୱକପ ୨୦୨୩ର ୨୩ତମ ମ୍ୟାଚର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ମ୍ୟାଚରେ ବାଂଲାଦେଶୀ ଦଳ ଭଲ ପ୍ରଦର୍ଶନ କରିନାହିଁ। ଦଳର ବୋଲରମାନେ ପ୍ରଥମ ବୋଲିଂ ସମୟରେ ଦକ୍ଷିଣ ଆଫ୍ରିକା ଦଳକୁ ଏକ ଛୋଟ ଟାର୍ଗେଟରେ ସୀମିତ ରଖିବାରେ ବିଫଳ ହୋଇଥିଲେ। ଟାର୍ଗେଟକୁ ଗୋଡାଇବା ବେଳେ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଆଶାଜନକ ବ୍ୟାଟିଂ କରି ନାହାନ୍ତି।

ମ୍ୟାଚ ବେଳେ ବାଂଲାଦେଶୀ ବୋଲର ଶରିଫୁଲ ଇସଲାମ ୱିକେଟ ନେବା ପରେ ଭିନ୍ନ ଢଙ୍ଗରେ ଉତ୍ସବ କରୁଥିବା ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକା ଦଳକୁ ପ୍ରଥମ ଝଟକା ଶରିଫୁଲ ଇସଲାମ ରିଜା ହେଣ୍ଡ୍ରିକ୍ସଙ୍କ ଓ୍ବିକେଟ ନେଇ ଦେଇଥିଲେ। ଏହା ପରେ ସେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ପରି ପଡ଼ିଆରେ ନାଚିବା ଆରମ୍ଭ କରିଥିଲେ। ଶରିଫୁଲ ହ୍ରିତିକ ରୋଶନଙ୍କ ସୁପରହିଟ ଚଳଚ୍ଚିତ୍ର ‘କାହୋ ନା ପ୍ୟାର ହୈ’ର ଗୀତ ‘ଏକ ପଲ କା ଜିନା’ର ନୃତ୍ୟ ପରି ଖୁସିରେ ନାଚୁଥିବାର ଦେଖିବାକୁ ମିଳିଥିଲା।

ଦକ୍ଷିଣ ଆଫ୍ରିକା ଓପନର୍‌ ରେଜା ହେଣ୍ଡ୍ରିକ୍ସଙ୍କ ବ୍ୟାଟ ବାଂଲାଦେଶ ବିପକ୍ଷରେ ସମ୍ପୂର୍ଣ୍ଣ ନିରବ ରହିଥିଲା। ଇନିଂସ ଆରମ୍ଭ କରି ସେ ୧୯ ଟି ବଲରେ ୧୨ ରନ ସ୍କୋର କରିଥିଲେ ଏବଂ ଶରିଫୁଲଙ୍କ ବୋଲିଂରେ ବୋଲ୍ଡ ହୋଇଥିଲେ।

 

 

Share