Categories: ବାଣିଜ୍ୟ

ସାଧାରଣତନ୍ତ୍ର ଦିବସ ଅବସରରେ ଶେୟାର ବଜାର ବନ୍ଦ, ଆଜିଠାରୁ ୩ଦିନ ଯାଏ ହେବ ନାହିଁ କାରବାର

ନୂଆଦିଲ୍ଲୀ,୨୬।୧: ଆଜି ଅର୍ଥାତ୍‌ ୨୬ ଜାନୁଆରୀରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଜାତୀୟ ମହୋତ୍ସବରେ ଦେଶର ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ଏବଂ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ଯଦି ଆପଣ ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ଆଜି ଷ୍ଟକ ମାର୍କେଟ ମଧ୍ୟ ବନ୍ଦ ରହିବ। ବିଏକ୍‌ଇ ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଗଣତନ୍ତ୍ର ଦିବସ ଅବସରରେ ଷ୍ଟକ ମାର୍କେଟରେ କୌଣସି କାରବାର ହେବ ନାହିଁ। ଏହା ସହିତ ମଲ୍ଟି କମୋଡିଟି ବଜାର ମଧ୍ୟ ଆଜି ଉଭୟ ଅଧିବେଶନ ପାଇଁ ବନ୍ଦ ରହିବ। ଏହା ପରେ ଶନିବାର ଏବଂ ରବିବାର ହେତୁ ୨୭ ଜାନୁଆରୀ ଏବଂ ୨୮ ଜାନୁଆରୀରେ ଷ୍ଟକ ମାର୍କେଟରେ ଛୁଟିଦିନ ରହିବ। ଏଭଳି ପରିସ୍ଥିତିରେ ଆଜିଠାରୁ ମୋଟ ତିନି ଦିନ ପର୍ଯ୍ୟନ୍ତ ଷ୍ଟକ ମାର୍କେଟ ବନ୍ଦ ରହିବ।

Share