ନୂଆ ସରକାର ପ୍ରଭାବ, ସମସ୍ତ ରେକର୍ଡ ଭାଙ୍ଗିଲା ସେୟାର ମାର୍କେଟ୍‌

ମୁମ଼୍ବାଇ, ୭ା୬: ଦେଶରେ ପୁଣିଥରେ ମୋଦି ସରକାର ଏବଂ ରିଜର୍ଭ ବ୍ୟାଙ୍କ୍‌ର ନିଷ୍ପତ୍ତିର ପ୍ରଭାବ ସେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।  ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସର ସୂଚକାଙ୍କ ୧୭୦୦ ଅଙ୍କ ବୃଦ୍ଧି ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ସେନ୍‌ସେକ୍ସ ୭୬,୭୯୫.୩୧ ପଏଣ୍ଟରେ ପହଞ୍ଚିଯାଇଛି। ପୂର୍ବରୁ ଏହି ରେକର୍ଡ ୭୬,୫୩୬.୨୯ ପଏଣ୍ଟ ରହିଥିଲା । ଅନ୍ୟପଟେ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୨.୦୫ ପ୍ରିତିଶତରୁ ଅଧିକ ବୃଦ୍ଧି ପାଇ ୨୩,୨୯୦.୧୫ ପଏଣ୍ଟରେ ବନ୍ଦ ହୋଇଛି।
ତେବେ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ କମିଟିର ନିଷ୍ପତ୍ତି ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଥିଲା। କାରବାରର ମଝିରେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ନୂଆ ରେକର୍ଡ କରିବା ସ୍ତରରେ କାରବାର କରୁଥିଲା। ସେନ୍‌ସେକ୍ସରେ ପାଖାପାଖି ୧୩ ଶହ ଅଙ୍କରୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଥିଲା। ଅନ୍ୟପଟେ ନିଫ୍ଟିରେ ୧୮୦ ଅଙ୍କରୁ ଅଧିକ ବଢ଼ିଥିଲା। ଯେଉଁ କାରଣରୁ ନିଫ୍ଟି ୨୩ ହଜାର ଅଙ୍କ ପାର କରିଥିଲା। ସେନ୍‌ସେକ୍ସରେ ଅଲ୍‌ ଟାଇମ୍‌ ରେକର୍ଡ ୭୬,୫୩୬.୨୯ ରହିଥିଲା। କାରବାର ମଝିରେ ଏହା ୭୬,୩୯୨ ଅଙ୍କ ଉପରେ କାରବାର କରୁଥିଲା।

ସୂଚନା ଥାଉକି, ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣ ବଜେଟ ପୂର୍ବରୁ ଆରବିଆଇ ବହୁ ପ୍ରତୀକ୍ଷିତ ମୁଦ୍ରା ନୀତି କମିଟି ବୈଠକ ଆଜି ଶେଷ କରିଛି। ଏଥର ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ କରିବାକୁ କମିଟି ପୁଣି ଥରେ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରହିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କର ଶକ୍ତିଶାଳୀ ମୁଦ୍ରା ନୀତି କମିଟିର କ୍ରମାଗତ ଅଷ୍ଟମ ବୈଠକରେ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। କେନ୍ଦ୍ରୀୟ ବ୍ୟାଙ୍କର ଏମ୍‌ପିସି ଗତ ଫେବୃଆରୀ ୨୦୨୩ରେ ରେପୋ ରେଟ୍‌କୁ ବଦଳାଇ ଦେଇଥିଲା ଏବଂ ପରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ଏହାର ଅର୍ଥ ହେଉଛି ରେପୋ ରେଟ୍‌ ୧୬ ମାସ ପାଇଁ ସମାନ ସ୍ତରରେ ସ୍ଥିର ରହିଛି।
ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଘୋଷଣା ସୁଧ ହାରରେ ହ୍ରାସ ଆଶା କରୁଥିବା ଲୋକଙ୍କୁ ନିରାଶ କରିଛି। ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ ନ ହେବା ଯୋଗୁ, ଲୋକଙ୍କ ଇଏମ୍‌ଆଇଭାରରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହି ଘୋଷଣା ସେହି ନିବେଶକମାନଙ୍କ ପାଇଁ ଏକ ଖୁସି ଖବର, ଯେଉଁମାନେ ଏଫ୍‌ଡିରେ ଟଙ୍କା ବିନିଯୋଗ କରିବାକୁ ପସନ୍ଦ କରନ୍ତି। ହାଇ ରେପୋ ରେଟ୍‌ ସ୍ଥିର ରହିବା ଅର୍ଥ ହେଉଛି ଏଫ୍‌ଡି ଉପରେ ଅଧିକ ସୁଧର ଲାଭ ଉପଲବ୍ଧ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri