Categories: ଖେଳ

ହାତକୁ ଦୁଇ ହାତ ହେବେ ଶାର୍ଦ୍ଦୁଳ

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ବିବାହ କରିବାକୁ ଯାଉଛନ୍ତି। ମିତାଲୀ ପାରୁଲକରଙ୍କ ହାତ ଧରିବେ ସେ। ଆସନ୍ତା ଫେବୃୟାରୀ ୨୭ରେ ମୁମ୍ବାଇରେ ଏହି ବିବାହ ଅନୁଷ୍ଠିତ ହେବ। ଏଥିରେ ୨୦୦ରୁ ଅଧିକ ଅତିଥି ସାମିଲ ହେବେ।

ବିବାହ ପୂର୍ବରୁ ଶାର୍ଦ୍ଦୁଳଙ୍କର ହଳଦୀ ଉତ୍ସବ ଶେଷ ହୋଇଛି। ଏହାର ଅନେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ମିଶି ଶାଦ୍ଦୁର୍ର୍ଳ ନୃତ୍ୟ କରୁଥିବା ଦେଖାଯାଇଛି।

କହିରଖୁଛୁ ଯେ, ନିକଟରେ ଭାରତୀୟ ଟିମ୍‌ର ଦୁଇ କ୍ରିକେଟର କେ ଏଲ୍‌ ରାହୁଲ, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାହ ସମ୍ପନ୍ନ ହୋଇଛି।

Share