Posted inଖେଳ

ବୁମ୍‌ରା-ହର୍ଷଲଙ୍କୁ ପଛରେ ପକାଇଲେ ‘ଲର୍ଡ ଶାର୍ଦ୍ଦୁଳ’; ହେଲେ ୟୁଏଇ କିଙ୍ଗ୍‌

ଦୁବାଇ,୧୬।୧୦: ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଏବଂ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଆଇପିଏଲ୍‌ ଫାଇନାଲ ମୁକାବିଲା। ଏଥିରେ ବାଜିମାତ କରିଥିଲା ଚେନ୍ନାଇ। ଦଳ କୋଲକାତାକୁ ୨୭ ରନ୍‌ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ତେବେ ଚେନ୍ନାଇର ଏହି ବିଜୟରେ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ତୁଲାଇଥିଲେ। ସେ ୪ ଓଭରରେ ୩୮ ରନ୍‌ ଦେଇ ୩ ଉଇକେଟ ନେଇ ବଡ ଉପଲବ୍ଧି ହାସଲ କରିଛନ୍ତି। ସେ ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟ ମ୍ୟାଚ୍‌ରେ ସବୁଠାରୁ ସଫଳ ବୋଲର୍‌ ପାଲଟିଛନ୍ତି। ଏହି ମାମଲାରେ ସେ ଜସପ୍ରିତ ବୁମ୍‌ରା ଏବଂ ହର୍ଷଲ ପଟେଲଙ୍କୁ ମଧ୍ୟ ପଛରେ ପକାଇଛନ୍ତି।

ବିଗତ କିଛି ସମୟ ଧରି ମଇଦାନରେ ଶାର୍ଦ୍ଦୁଳଙ୍କୁ ନେଇ ଚର୍ଚ୍ଚା ହୋଇଆସୁଛି। ସେ ପ୍ରଥମେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। ଏବେ ସେ ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟର କିଙ୍ଗ ପାଲଟିଛନ୍ତି। ସେ ମୋଟ ୯ ମ୍ୟାଚ୍‌ରେ ୧୬ ଉଇକେଟ ନେଇଥିଲେ। ଅପରପକ୍ଷେ ସିଜନ୍‌ର ସଫଳ ବୋଲର ହର୍ଷଲ ପଟେଲ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟର ୭ ମ୍ୟାଚ୍‌ ଖେଳି ୧୫ ଉଇକେଟ ନେଇଛନ୍ତି।

ଆଇପିଏଲ୍‌ ୨୦୨୧ରେ ଠାକୁର ୧୬ ମ୍ୟାଚ୍‌ ଖେଳି ୨୧ ଉଇକେଟ ନେଇଛନ୍ତି। ସେ ଭାରତରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟର ୭ ମ୍ୟାଚ୍‌ରେ ୫ ଉଇକେଟ ନେଇଥିଲେ। ହେଲେ ତାଙ୍କୁ ବ୍ୟାଟିଂର ସେତେଟା ସୁଯୋଗ ମିଳିପାରିନାହିଁ। ତେବେ ମୋଟ ଉପରେ ଦେଖିଲେ ସେ ଏଯାବତ ୬୧ ମ୍ୟାଚ୍‌ ଖେଳିସାରିଛନ୍ତି। ସେଥିରେ ସେ ୬୭ ଉଇକେଟ ନେଇଥିବା ବେଳେ ୫୭ ରନ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri