Categories: ଖେଳ

ଟେବୁଲ ଟେନିସରେ ଶରଥ କମଲଙ୍କ ଚମତ୍କାର ପ୍ରଦର୍ଶନ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ପୁରୁଷ ଟେବୁଲ ଟେନିସ ସିଙ୍ଗଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳି ଶରଥ କମଲ ଚମତ୍କାର ପ୍ରଦର୍ଶନ କରିଥିଲେ। ପ୍ରାରମ୍ଭରେ ପଛରେ ପଡ଼ିଯିବା ପରେ ସେ ଦ୍ୱିତୀୟ ରାଉଣ୍ଡରେ ପର୍ତ୍ତୁଗାଲର ଟିଆଗୋ ଆପୋଲୋନିଆଙ୍କୁ ପରାସ୍ତ କରି ଦ୍ୱିତୀୟ ଶ୍ରେଷ୍ଠ ପ୍ରତ୍ୟାବର୍ତ୍ତନ କରିଥିଲେ। ଷଷ୍ଠ ଖେଳରେ ସ୍କୋର ୯-୯ ପରେ ଶରଥ କମଲ ପରବର୍ତ୍ତୀ ଦୁଇଟି ପଏଣ୍ଟ ହାସଲ କରି ମ୍ୟାଚ ୪-୩ ଜିତିଥିଲେ। ଏହି ମ୍ୟାଚ୍‌ ଜିତି ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ପ୍ରାୟ ୪୯ ମିନିଟ ଧରି ଚାଲିଥିବା ଏହି ମ୍ୟାଚରେ ଶରଥ କମଲ ବିଶ୍ୱ ୨୦ତମ ସିଡ ପର୍ତ୍ତୁଗାଲ ଖେଳାଳି ଆପୋଲୋନିଆ ବିପକ୍ଷରେ ୨-୧୧, ୧୧-୯, ୧୧-୫, ୯-୧୧, ୧୧-୬, ୧୧-୯ରେ ଜିତିଥିଲେ। ମଙ୍ଗଳବାର ଶରଥ କମଲ ଚାଇନାର ଡିଫେଣ୍ଡିଂ ଅଲିମ୍ପିକ ଚାମ୍ପିଅନ ମା ଲଙ୍ଗଙ୍କୁ ଭେଟିବେ। ଲଙ୍ଗ ଏବେ ବିଶ୍ୱ ଚାମ୍ପିଅନ, ସେ ଟେବୁଲ ଟେନିସ ସହିତ ଜଡିତ ପ୍ରତ୍ୟେକ ଟାଇଟଲ ଜିତିଛନ୍ତି । ମୋଟ ଉପରେ, ଶରଥ କମଲଙ୍କୁ ତାଙ୍କ ବିରୋଧରେ ଅତ୍ୟଧିକ ସତର୍କ ରହିବାକୁ ପଡିବ।

Share