Categories: ଜାତୀୟ

ପୈତୃକ ଗ୍ରାମରେ ହେଲା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର

ନର୍ମଦାପୁରମ,୧୪।୧: ବରିଷ୍ଠ ସମାଜବାଦୀ ନେତା ଶରଦ ଯାଦବଙ୍କ ଅନ୍ତିମ ସଂସ୍କାର ତାଙ୍କ ପୈତୃକ ଗ୍ରାମରେ କରାଯାଇଛି। ପୁଅ ଶାନ୍ତନୁ ଏବଂ ଝିଅ ଶୁଭାସିନୀ ମିଶି ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ଏହି ସମୟରେ ମଧ୍ୟପ୍ରଦେଶ ପୋଲିସ ପକ୍ଷରୁ ତାଙ୍କୁ ସଲାମୀ ଦିଆଯାଇଥିଲା।

ପ୍ରକାଶ ଯେ, ଜାନୁୟାରୀ ୧୨ରେ ୭୫ ବର୍ଷ ବୟସରେ ଶରଦଙ୍କ ଦେହାନ୍ତ ହୋଇଥିଲା। ହୃଦ୍‌ଘାତ ହେବା ପରେ ତାଙ୍କୁ ଚିକିତ୍ସା ଲାଗି ଗୁରୁଗାଓଁର ଫୋର୍ଟିସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର ଅନ୍ତିମ ସଂସ୍କାର ଶନିବାର ମଧ୍ୟପ୍ରଦେଶର ନର୍ମଦାପୁୂରମ ଜିଲା ହୋଶଙ୍ଗାବାଦରେ ଥିବା ପୈତୃକ ଗ୍ରାମରେ କରାଯାଇଛି।

Share