Categories: ଜାତୀୟ

ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ

ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ବିରୋଧୀ ଦଳ ସରକାରଙ୍କ ସହ ଲଢିବା ପାଇଁ ପ୍ରସ୍ତୁତି ବିଳମ୍ବ କରିଛନ୍ତି। ଆମେ ନିଜେ ୨୦୧୯ରୁ ଏକାଠି ହେବା ଉଚିତ୍‌ ଥିଲା। ଶରଦ ଯାଦବଙ୍କ ନିଷ୍ପତ୍ତି ଆମ ସମସ୍ତଙ୍କ ସାହସ ବଢାଇବାକୁ ଯାଉଛି।
ଭାଜପା ସହ ମେଣ୍ଟ କରିବା ପରେ ମେ ୨୦୧୮ରେ ନୀତୀଶ କୁମାରଙ୍କ ଠାରୁ ଅଲଗା ହୋଇଥିବା ଶରଦଙ୍କୁ ଏବେ ତେଜସ୍ବୀ ଯାଦବଙ୍କ ପଥ ପ୍ରଦର୍ଶକ ଭୂମିକାରେ ଦେଖିବାକୁ ମିଳିବ। ଗୋଖାଦ୍ୟ ଦୁର୍ନୀତିରେ ଦଣ୍ଡ ଭୋଗୁଥିବା ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ସେ ରାଜନୈତିକ ଅଭିଜ୍ଞତା ସହିତ ତେଜସ୍ବୀଙ୍କୁ ଆଗକୁ ବଢାଇବେ। ଏହାର ପ୍ରତିବଦଳରେ ଆରଜେଡି ତାଙ୍କୁ ରାଜ୍ୟ ସଭାକୁ ପଠାଇବ ବୋଲି କୁହାଯାଉଛି। ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶରଦ ଯାଦବଙ୍କ ଏହି ପରିବର୍ତ୍ତନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।

Share