Categories: ଜାତୀୟ

ଶରଦ ଯାଦବଙ୍କଠାରୁ ରାଜନୀତି ଶିଖିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧: ଜନତା ଦଳର ୟୁନାଇଟେଡ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ଘଟିଛି। କଂଗ୍ରେସ ନେତା ରାହୁତଙ୍କ ଗାନ୍ଧୀ ଶୁକ୍ରବାର ଶରଦ ଯାଦବଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଦେହାନ୍ତରେ ରାହୁଲ କହିଛନ୍ତି, ମୁଁ ଶରଦ ଯାଦବଙ୍କଠାରୁ ରାଜନୀତି ବିଷୟରେ ବହୁତ କିଛି ଶିଖିଛି। ତାଙ୍କ ପରଲୋକରେ ମୁଁ ମର୍ମାହତ। ମୋ ଜେଜେମା’ ସହ ଶରଦ ଜୀଙ୍କ ଅନେକ ରାଜନୈତିକ ଲଢେଇ ହୋଇଥିଲା। କିନ୍ତୁ ଉଭୟଙ୍କ ମଧ୍ୟରେ ଏକ ସମ୍ମାନଜନକ ସମ୍ପର୍କ ଥିଲା। ରାଜନୈତିକ କ୍ୟାରିୟର ଆରମ୍ଭରୁ ମୁଁ ତାଙ୍କଠାରୁ ଅନେକ କିଛି ଶିଖିଥିଲି। ସେ ରାଜନୀତିରେ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ, ଯେ କି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାଜନୀତିରେ ନିଜ ସମ୍ମାନ ବଜାୟ ରଖିଥିଲେ।
ସୂଚନାଯୋଗ୍ୟ, ୭୫ ବର୍ଷ ବୟସରେ ଶରଦ ଯାଦବ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ପର୍ଯ୍ୟନ୍ତ ଅନେକ ରାଜନେତା ଶୋକ ପ୍ରକାଶ କରିଛନ୍ତି।

Share