Categories: ଜାତୀୟ

ବିରୋଧୀ ଦଳ ବୈଠକରେ ସାମିଲ ହେବେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୧୮।୭: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଚାଲିଥିବା ମିଳିତ ବିରୋଧୀ ଦଳର ଦ୍ୱିତୀୟ ଦିନରେ ଏନସିପି ନେତା ଶରଦ ପାଓ୍ବାର ଯୋଗଦେବେ। ଏଥିପାଇଁ ସେ ବେଙ୍ଗାଲୁରୁ ଅଭିମୁଖେ ବାହାରିଛନ୍ତି।
ଏନସିପି ବିଭାଜିତ ହେବା ପରେ ଅଜିତ ପାୱାର ଗୋଷ୍ଠୀର ୨୫-୩୦ ବିଧାୟକ ସୋମବାର ଶରଦ ପାୱାରଙ୍କୁ ଭେଟିଛନ୍ତି। ବିଧାୟକମାନେ ଶରଦ ପାୱାରଙ୍କୁ ଏକ ବାଟ ଖୋଜିବାକୁ ଅନୁରୋଧ କରିଥିଲେ। ଶରଦ ପାୱାର କହିଥିଲେ, ତୁମେ ରାସ୍ତା ହରାଇଛ, ମୁଁ ନୁହେଁ। ମୁଁ ସବୁବେଳେ ଧର୍ମନିରପେକ୍ଷ ରାଜନୀତି କରିସାରିଛି ଏବଂ ସମାନ କାର୍ଯ୍ୟ କରିବି। ଶରଦ ପାୱାର ସ୍ପଷ୍ଟ ଭାବେ କହିଛନ୍ତି, ସେ ଭାଜପା ସହ ଯିବେ ନାହିଁ।
୨ ଦିନ ଧରି ଚାଲିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୬ ସମଭାବାପନ୍ନ ଦଳ ଏକାଠି ହୋଇଛନ୍ତି। ୨୦୨୪ ନିର୍ବାଚନ ପାଇଁ ମେଣ୍ଟର ନାମକରଣ ଏବଂ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ (ସିଏମ୍‌ପି) ପାଇଁ ଚିଠା ପ୍ରସ୍ତୁତି ସକାଶେ ଏକ ସବ୍‌-କମିଟି ଗଠନ କରିବା ହେଉଛି ବୈଠକର ଉଦ୍ଦେଶ୍ୟ। ସେହିପରି ନିର୍ବାଚନବେଳେ ପ୍ରତ୍ୟେକ ଲୋକ ସଭା ଆସନରେ ଭାଜପା ବିରୋଧରେ ବିପକ୍ଷରୁ ଜଣେ ଲେଖାଏ ମିଳିତ ପ୍ରାର୍ଥୀ ଦେବା ଏବଂ ରାଜ୍ୟଗୁଡ଼ିକରେ ଆସନ ଭାଗବଣ୍ଟା ଉପରେ ମଧ୍ୟ ଆଲୋଚନା ଚାଲିଛି।

 

Share