Categories: ଜାତୀୟ

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି ଚାଲିଥିଲା। ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ସହ ଆଲୋଚନା କରିଥିଲେ। ଫଡନଭିସ ଏବଂ ସଞ୍ଜୟ ରାଉତଙ୍କ ସାକ୍ଷାତ ହେବାର ୨୪ ଘଣ୍ଟା ମଧ୍ୟରେ ଶରଦ ପାୱାର ଏବଂ ଉଦ୍ଧବ ଠାକରେଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳିଛି। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା ପ୍ରକାଶ କରାଯାଇ ନାହିଁ। ସୂଚନାଯୋଗ୍ୟ,୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା ଏବଂ ଶିବସେନା ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତେବେ ନିର୍ବାଚନ ପରେ ଭାଜପା ଏବଂ ଶିବସେନା ଅଲଗା ହୋଇଥିଲେ। ଶିବସେନା କଂଗ୍ରେସ ଏବଂ ଏନସିପି ସହିତ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲା। ସେବେଠାରୁ ଭାଜପା ଏବଂ ଶିବସେନାଙ୍କ ମଧ୍ୟରେ ଆରୋପପ୍ରତ୍ୟାରୋପ ଲାଗିରହିଛି।

Share