Categories: ଜାତୀୟ

ରାଜ ଠାକରେ ଜଣେ ଅସ୍ଥାୟୀ ନେତା, ସେ କେବେ ତାଙ୍କ କଥା ରକ୍ଷା କରନ୍ତି ନାହିଁ: ଶରଦ ପାୱାର

ମୁମ୍ବାଇ,୩ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ମନସେ)ର ମୁଖ୍ୟ ରାଜ ଠାକରେଙ୍କ ଦ୍ୱାରା କାଷ୍ଟ ପଲିଟିକ୍ସର ଅଭିଯୋଗ ଆସିବା ପରେ ଏନସିବି ନେତା ଶରଦ ପାୱାର ଏହାର ଜବାବ ଦେଇଛନ୍ତି । ପାୱାର ରବିବାର କହିଛନ୍ତି ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ କେବେ ବି କିଛି କହି ଦିଅନ୍ତି, ହେଲେ ନିଜ କଥାରେ କେବେ ଷ୍ଟିକ୍ କରନ୍ତି ନାହିଁ । ଆଉ ବର୍ଷରେ ରାଜ ୩ରୁ ୪ ମାସ ପାଇଁ ଅଣ୍ଡରଗ୍ରାଉଣ୍ଡ ହୋଇଯାଆନ୍ତି ପୁଣି ବାହାରକୁ ଆସି ବୟାନବାଜି କରନ୍ତି । ଶରଦ ପାୱାର କହିଛନ୍ତି ମୁଁ ବୁଝି ପାରୁନି ବାକି ସମୟ ସେ କ’ଣ କରନ୍ତି । ସୂଚନାଯୋଗ୍ୟ, ଶନିବାର ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିରେ ରାଜ ଠାକରେ ଶରଦ ପାୱାରଙ୍କ ଆଲୋଚନା କରି ସମୟ ସମୟରେ ଜାତି କାର୍ଡ ଖେଳିବା ଓ ବିଭାଜନ କରିବାର ଅଭିଯୋଗ ଆଣିଥିଲେ ।

Share