Categories: ଜାତୀୟ

ରୁଟି ଓଲଟାଇବାର ସମୟ ଆସିଯାଇଛି, ବିଳମ୍ବ ହେବା ଉଚିତ ନୁହେଁ, ନ ଓଲଟିଲା ତ…’ ଶରଦ ପାଓ୍ବାର

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ବାର ଏମିତି କଥା କହିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇର ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି, କେହି ମୋତେ କହିଲେ, ରୁଟି ଠିକ ସମୟରେ ଓଲଟାଇବା ଦରକାର ଯଦି ଠିକ ସମୟରେ ନ ଓଲଟିଲା ତେବେ ଏହା ସ୍ବାଦହୀନ ହୋଇଯାଇଥାଏ । ଏବେ ଠିକ ସମୟ ଆସିଛି ରୁଟି ଓଲଟାଇବାର, ଏଥିରେ ବିଳମ୍ବ କରିବା ଉଚିତ ନୁହେଁ, ଏହାକୁ ନେଇ ମୁଁ ଦଳର ବରିଷ୍ଠ ନେତାଙ୍କଠାରୁ ଆଶା କରିବି କି ସେମାନେ ଏହା ଉପରେ କାମ କରନ୍ତୁ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶରଦ ପାଓ୍ବାରଙ୍କ ଏହି ବୟାନ ଏମିତି ସମୟରେ ଆସିଛି ଯେତେବେଳେ ତାଙ୍କ ପୁତୁରା ଓ ଏନସିପି ନେତା ଅଜିତ ପାଓ୍ବାରଙ୍କର ଆଗାମୀ ରାଜନୈତିକ ଯାତ୍ରାକୁ ନେଇ କିଛି ଅନୁମାନ ଲଗାଯାଉଛି। ଦାବି କରାଯାଉଛି କି ସେ ଭାଜପା ସହ ହାତ ମିଳାଇପାରନ୍ତି। ହେଲେ ଏହି ଦାବିକୁ ଅଜିତ ପାଓ୍ବର ଓ ଶରଦ ପାଓ୍ବାର ଖଣ୍ଡନ କରିଛନ୍ତି।

Share