Categories: ଜାତୀୟ

‘ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି’

ପୁଣେ,୧୩।୫: ଏନସିପି ନେତା ଶରଦ ପାୱାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ଇଦ-ମିଳନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଓ୍ବାର ପୁଣେର କୋଣ୍ଡୱା ଅଞ୍ଚଳରେ ପହଞ୍ଚିଥିଲେ। ଏହି ଅବସରରେ ସେ ନାଁ ନ ନେଇ ପଡୋଶୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ପ୍ରଶଂସା କରିଥିଲେ। ସେ କହିଛନ୍ତି, ପାକିସ୍ତାନର ସାଧାରଣ ଲୋକ ଭାରତର ଶତ୍ରୁ ନୁହଁନ୍ତି। ନୂଆ ପାକିସ୍ତାନ ଲକ୍ଷ୍ୟ ନେଇ ଜଣେ ଯୁବକ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କୁ କ୍ଷମତାରୁ ହଟାଇ ଦିଆଯାଇଥିଲା। ଏବେ ସେଠାରେ ଭିନ୍ନ ଚିତ୍ର ଦେଖାଯାଉଛି। ପ୍ରକୃତରେ ପାକିସ୍ତାନ ଲୋକ ଭାରତକୁ ଘୃଣା କରନ୍ତି ନାହିଁ। ଦୁଇଦେଶ ମଧ୍ୟରେ କ୍ରିକେଟ୍‌ ମ୍ୟାଚ୍‌ ସମୟରେ ମୁଁ ଅନେକଥର ଲାହେର ଯାଇଛି। ସେଠାରେ ଆମକୁ ଭଲ ପାଇବା ମିଳେ। ଯେଉଁମାନେ ସେନାର ସାହାଯ୍ୟରେ କ୍ଷମତା ହାସଲ କରିବାକୁ ଚାହୁଁଛନ୍ତି ସେମାନେ ହଁି ଦେଶରେ ସଂଘର୍ଷ ସୃଷ୍ଟି କରିବାକୁ ଚଉଦ୍ୟମ କରୁଥିବା ସେ କହିଛନ୍ତି।

Share