Categories: ଜାତୀୟ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କଲେ ଶରଦ ପଓ୍ବାର…

ନୂଆଦିଲ୍ଲୀ, ୩୦।୧୨: ଏନସିପି ମୁଖ୍ୟ ଶରଦ ପ୍‌ୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର କାର୍ଯ୍ୟ କରିବା ଶୈଳୀକୁ ନେଇ ପ୍ରଶଂସା କରି କହିଛନ୍ତି। ଶରଦ କହିଛି ମୋଦି ପ୍ରକୃତି ଏପରି ଯେ ଯେତେବେଳେ ସେ ତାଙ୍କ ହାତରେ ଏକ କାର୍ଯ୍ୟ ନିଅନ୍ତି, ସେତେବେଳେ ସେ ନିଶ୍ଚିତ କରନ୍ତି ଯେ କାର୍ଯ୍ୟଟି ପୂରଣ କରି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। କାମ ସମ୍ପୂର୍ଣ୍ଣ ନ କଲା ପର୍ଯ୍ୟନ୍ତ ମୋଦି ବସି ରୁହନ୍ତି ନାହିଁ। ଏହା ସହିତ ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କାଳରେ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପ୍ରତିଶୋଧାତ୍ମକ ରାଜନୈତିକ ସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରାଯାଇଥିଲା। ସେ କହିଛନ୍ତି ଯେ ମୁଁ ତାଙ୍କ ବିରୋଧରେ ପ୍ରତିଶୋଧାତ୍ମକ ରାଜନୀତିକୁ ସର୍ବଦା ବିରୋଧ କରୁଥିଲି, କିନ୍ତୁ ୟୁପିଏ ମିଳିତ ମଞ୍ଚର କିଛି ଲୋକ ଗୁଜୁରାଟ ସରକାରଙ୍କ କିଛି ଲୋକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେଇଥିଲେ।

ପୁଣେରେ ଏକ କାର୍ଯ୍ୟକ୍ରମରେ ପୱାର କହିଛନ୍ତି ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୋ ସହ ନରେନ୍ଦ୍ର ମୋଦିଙ୍କ ବିରୋଧରେ କୌଣସି ପ୍ରତିଶୋଧ ନେବାକୁ ବିରୋଧ କରିଥିଲେ। ପୱାର ଏହା ମଧ୍ୟ କହିଛନ୍ତି ଯେ ୟୁପିଏ ସରକାରରେ ତାଙ୍କ ବ୍ୟତୀତ ଅନ୍ୟ କେହି ନଥିଲେ ଯିଏ କି ମୋଦିଙ୍କ ସହ କୌଣସି ଆଲୋଚନା କରିପାରିବେ। ମୋଦି ସେତେବେବେଳେ କ୍ରମାଗତ ୟୁପିଏ ସରକାରଙ୍କୁ ଘେରିବା ଜାରି ରଖିଥିଲେ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଶରଦ ପୱାର ୟୁପିଏ ସରକାରରେ କୃଷି ମନ୍ତ୍ରୀ ଥିଲେ।

ଶରଦ ପୱାରଙ୍କୁ ପଚରାଯାଇଥିଲା ଯେ ଆପଣ ଏବଂ ମନମୋହନ ସିଂ ସେହି ସମୟରେ ମୋଦିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସପକ୍ଷରେ ଅଛନ୍ତି କି। ପୱାର ଏହାର ଉତ୍ତରରେ କହିଛନ୍ତି, ଯେ, ’ସେତେବେଳେ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ମୁଁ କେନ୍ଦ୍ରରେ ଥିଲି। ଯେତେବେଳେ ପ୍ରଧାନମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକୁଥିଲେ, ସେତେବେଳେ ମୋଦି ଭାଜପା ଶାସିତ ରାଜ୍ୟଗୁଡିକର ମୁଖ୍ୟନ୍ତ୍ରୀଙ୍କର ନେତୃତ୍ୱ ନେଉଥିଲେ ଏବଂ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ।

 

Share