Categories: ଜାତୀୟ

ସିନ୍ଧେଙ୍କୁ ଶୁଭେଚ୍ଛା ଜଣାଇଲେ ଶରଦ

ନୂଆଦିଲ୍ଲୀ,୩୦।୬: ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ପରିପେକ୍ଷୀରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଟୁଇଟ୍‌ କରି ସିନ୍ଧେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ୍‌ କରି କହିଛନ୍ତି,‘ଏକନାଥ ସିନ୍ଦେଙ୍କୁ ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ। ତାଙ୍କ ଠାରୁ ସମ୍ପୂର୍ଣ୍ଣ ଆଶା ଅଛି ଯେ ତାଙ୍କ ଦ୍ବାରା ମହାରାଷ୍ଟ୍ରର ସ୍ବାର୍ଥ ସୁରକ୍ଷିତ ରହିବ।
ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ସିନ୍ଧେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ଭାଜପା ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛନ୍ତି ସିନ୍ଧେ।

Share