ଖୋଲିଲା ଶାନ୍ତିସ୍ତୂପ ଧଉଳି

ପୁରୁଣା ଭୁବନେଶ୍ୱର,୨୫।୮(ଡି.ଏନ୍‌.ଏ.): କରୋନା କଟକଣା ଯୋଗୁ ଦୀର୍ଘ ୩ମାସ ବନ୍ଦ ରହିଥିବା ଶାନ୍ତିସ୍ତୂପ ଧଉଳି ପୀଠ ବୁଧବାର ଖୋଲିଛି। ଆସୁଥିବା ପର୍ଯ୍ୟଟକଙ୍କ ନିମନ୍ତେ ମାସ୍କ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇ ଶାନ୍ତିସ୍ତୂପକୁ ଛଡ଼ାଯାଉଛି। ଏଥିସହ ପ୍ରଥମଦିନରେ ଓଟିଡିସିର କୌଣସି ବସ୍‌ ଧଉଳି ପାହାଡ଼କୁ ଚଳାଚଳ କରିପାରି ନ ଥିଲା। ତେବେ ଗୁରୁବାରଠାରୁ ଓଟିଡିସିର ବସ୍‌ ଯାହା ପାହାଡ଼ ପାଦଦେଶାରୁ ଶାନ୍ତିସ୍ତୂପକୁ ବସ୍‌ ଯୋଗେ ଆସୁଥିବା ପର୍ଯ୍ୟଟକଙ୍କ ନେବା ପାଇଁ ଚାଲିବ ବୋଲି ଓଟିଡିସି ପକ୍ଷରୁ ସୂଚନା ମିଳିଛି। ପ୍ରଥମ ଦିନରେ କମ୍‌ ସଂଖ୍ୟକ ପର୍ଯ୍ୟଟକ ଧଉଳିକୁ ବୁଲିବାକୁ ଆସିଥିଲେ। ସେହିପରି ଧଉଳି ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସମୟ ମଧ୍ୟ ନିର୍ଘଣ୍ଟ ହୋଇଛି। ପ୍ରଥମ ଶୋ ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୭ଟା ୦୫ମିନିଟ, ୨ୟ ଶୋ ୭ଟା ୧୫ରୁ ୭ଟା ୫୦ ପର୍ଯ୍ୟନ୍ତ ଚାଲିବ।