ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ

କୋରାପୁଟ, ୨୦।୪: (ସ୍ବ.ପ୍ର.) ଭାରତର ରାଜଧାନୀ ଦିଲ୍ଲୀରେ ହାତଧୁଆ ବାର୍ତ୍ତା ବାଣ୍ଟିବେ କୋରାପୁଟର ଦୃଷ୍ଟିବାଧିତ ଛାତ୍ର ଶାନ୍ତନୁ ହୋୟାଲ। ଜିଲାର କେତେ ଜଣ ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଗତ କିଛି ମାସ ତଳେ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ବତ୍ତର୍ର୍ମାନ ଏ ସମ୍ପର୍କିତ ଏକ ପରୀକ୍ଷା ଦିଲ୍ଲୀଠାରେ ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଶାନ୍ତନୁ। ଏଥିପାଇଁ ସେ ବୁଧବାର ସେ ଦିଲ୍ଲୀ ଯାତ୍ରା କରିଛନ୍ତି। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ନିଜକୁ ବ୍ୟକ୍ତ କରିବାର ସମ୍ଭାବନା ରଖିଥିବା ଶାନ୍ତନୁଙ୍କ ଦୃଢ ମନୋବଳ ତାଙ୍କୁ ଆଗକୁ ବଢିବାର ପ୍ରେରଣା ଦେଇଛି। ଦୃଷ୍ଟିବାଧିତ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରଙ୍କ କାର୍ଯ୍ୟଶୈଳୀ ଜିଲା ପାଇଁ ଗର୍ବ ଆଣି ଦେଇଛି। ଭାରତର ବିଭିନ୍ନ ରାଜ୍ୟରୁ ଦିଲ୍ଲୀ ଆସିଥିବା ଦୃଷ୍ଟିଶକ୍ତିବାଧିତ ଛାତ୍ର ଦିଲ୍ଲୀରେ ହାତଧୁଆର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିବେ ବୋଲି ସେଭ୍‌ ଦି ଚିଲ୍‌ଡ୍ରେନ ସଙ୍ଗଠନର ପ୍ରକଳ୍ପ ସଂଯୋଜକ ବିଦ୍ୟାଧର ମେହେର ସୂଚନା ଦେଇଛନ୍ତି। କୋଭିଡ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରାଥମିକ ସ୍ବାସ୍ଥ୍ୟ ସୁରକ୍ଷା ନିଶ୍ଚିତ କରିବାର ଏକ ପ୍ରମୁଖ ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି ମାସ ତଳେ ସେଭ୍‌ ଦି ଚିଲଡ୍ରେନ ସଙ୍ଗଠନ ପକ୍ଷରୁ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ମଧ୍ୟରେ ହାତଧୁଆର ଆବଶ୍ୟକତା ଓ ପ୍ରକ୍ରିୟା ନେଇ ସଚେତନତା ସୃଷ୍ଟି ଲାଗି ଏକ ଅଭିଯାନ ଆରମ୍ଭ ହୋଇଥିଲା ା ଏହି ଅଭିଯାନରେ ଆୟୋଜିତ ଏକ ବକ୍ତୃତା ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ କରିବାରେ ଶାନ୍ତନୁ ସଫଳ ହୋଇଥିଲେ। ସଂସ୍ଥା ପକ୍ଷରୁ ତାଙ୍କୁ ଏକ ପ୍ରମୁଖ ଚାଇଲଡ୍‌ ଏଡୁକେଟର ଭାବେ ଚୟନ କରାଯାଇଥିଲା। ପରେ ଶାନ୍ତନୁ ହାତଧୁଆର ୧୦ଟି ସୋପାନ ସମ୍ପର୍କରେ ଅଧିକ ଜ୍ଞାନ ଆହରୋଣ କରି ତାକୁ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ନିକଟରେ ସେଭ୍‌ ଦି’ ଚିଲଡ୍ରେନର ବରିଷ୍ଠ କର୍ମକର୍ତ୍ତା ଏହି ବିଦ୍ୟାଳୟ ପରିଦର୍ଶରେ ଆସି ଶାନ୍ତନୁଙ୍କ ପାରିଦର୍ଶିତା ଓ କାର୍ଯ୍ୟ ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ। ଦିଲ୍ଲୀରେ ଏକ ନୂତନ ଅନୁଭୂତି ଲାଭ କରିବା ସହ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଦୃଷ୍ଟିବାଧିତ ପିଲାଙ୍କ ସହ ମିଶି କୋରାପୁଟର କଥାକୁ ସେଠାରେ କହିବାର ସୁଯୋଗ ମିଳିବ ବୋଲି ଶାନ୍ତନୁ କହିଛନ୍ତି। ଶାନ୍ତନୁଙ୍କୁ ଦୃଷ୍ଟିବାଧିତ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri