ପରପାରିରେ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବିଶିଷ୍ଟ ଓ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ଏନେଇ ତାଙ୍କ ପୁଅ କୌଶିକ ମହାପାତ୍ର ସୂଚନା ଦେଇଛନ୍ତି। ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ଗତ କିଛି ଦିନ ହେଲା ସେ ନିମୋନିଆରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।  ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି।

ଓଡ଼ିଆ ସଙ୍ଗୀତ ଜଗତରେ ସେ ଥିଲେ ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ୱ। ନିଜର ସୁଲଳିତ ସ୍ବରରେ ସେ ଦର୍ଶକଙ୍କୁ କରିଥିଲେ ମତୁଆଲା। ତାଙ୍କ ଦ୍ୱାରା ସ୍ବରାୟିତ ଗୀତଗୁଡିକ ଏବେ ମଧ୍ୟ ଅନେକ ଗୁଣୁଗୁଣେଇ ଥାଆନ୍ତି। ଦୀର୍ଘ ତିନି ଦଶନ୍ଧିରୁ ଉର୍ଦ୍ଧ୍ୱ ଧରି ସେ ସଙ୍ଗୀତ ଜଗତ ସହ ଜଡିତ ଥିଲେ। ସତେ ଯେମିତି ସଙ୍ଗୀତ ତାଙ୍କ ଜୀବନର ଏକ ଅବିଚ୍ଛ୍ୟେଦ ଅଙ୍ଗ ପାଲଟି ଯାଇଥିଲା। ଶେଷରେ ଜୀବନ ଯୁଦ୍ଧରେ ହାରିଯାଇ ସେ ଏପରି ସ୍ଥାନକୁ ଚାଲିଯାଇଛନ୍ତି, ଯେଉଁ ସ୍ଥାନକୁ ଯିଏ ଥରେ ଗଲେ ଆଉ ଫେରି ଆସିପାରି ନ ଥାଏ। ଓଡ଼ିଆ ସଙ୍ଗୀତ ଜଗତକୁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିଛି। ସଙ୍ଗୀତକୁ କ୍ୟାରିୟର ଆଗେଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସେ ଥିଲେ ଆଦର୍ଶ। ଚାକିରି କରିଥିଲେ ମଧ୍ୟ ଗୀତ ମାୟାକୁ ସେ ନିଜକୁ ଦୂରେଇ ରଖିପାରି ନଥିଲେ। ସତେଯେମିତି ସଙ୍ଗୀତ ଥିଲା ତାଙ୍କ ପାଇଁ ସବୁକିଛି। ଗୁରୁକୃଷ୍ଣ ଗୋସ୍ବାମୀଙ୍କ ଦ୍ୱାରା ରଚିତ ଓଡ଼ିଆ ଗୀତିନାଟ୍ୟ ‘କୋଣାର୍କ ଗାଥା’କୁ ସେ ସ୍ବର ସଂଯୋଜନା କରିଥିଲେ ଏବଂ ଏଥିପାଇଁ କଣ୍ଠଦାନ କରିଥିଲେ ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହା ଅକ୍ଷୟ ମହାନ୍ତି। ଏହି ଗୀତିନାଟ୍ୟ ତାଙ୍କୁ କେତେ ଲୋକପ୍ରିୟତା ଦେଇଥିଲା ତାହା କହିବା ବାହୁଲ୍ୟ। ୧୯୩୬ରେ ମୟୁରଭଞ୍ଜ ଜିଲାରେ ଜନ୍ମିତ ଶାନ୍ତନୁ ଖଡଗପୁରସ୍ଥିତ ଆଇଆଇଟିରୁ ଶିକ୍ଷା ଶେଷ କରି ବେଶ୍‌ କେତୋଟି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ ନିଜ ଦାୟିତ୍ୱକୁ ବେଶ୍‌ ସୂଚାରୂ ରୂପେ ତୁଲାଇଥିଲେ।
ସଙ୍ଗୀତ ମାୟାରେ ସେ ପିଲାଟି ଦିନରୁ ପଡି ଯାଇଥିଲେ। ସଙ୍ଗୀତ ଗୁରୁ ବାଞ୍ଛାନିଧି ପଣ୍ଡାଙ୍କ ନିକଟରୁ ସେ ଯେତେବେଳେ ସଙ୍ଗୀତ ଶିକ୍ଷା ଆରମ୍ଭ କଲେ ସେତେବେଳେ ତାଙ୍କର ବୟସ ହୋଇଥିଲା ମାତ୍ର ପାଞ୍ଚ ବର୍ଷ। ଏପରି କି ସେ ମାତ୍ର ୯ବର୍ଷ ବୟସରେ ମଞ୍ଚରେ ସଙ୍ଗୀତ ପରିବେଷଣ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କେବଳ ଶସ୍ତ୍ରୀୟ ସଙ୍ଗୀତ ନୁହେଁ, ଓଡ଼ିଆ, ହିନ୍ଦୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ସଂଯୋଜିତ ଗୀତଗୁଡିକୁ ସେ ସ୍ବର ଦେଇ ସାଉଁଟିଥିଲେ ପ୍ରଶଂସା। ତାଙ୍କ ଦ୍ୱାରା ସ୍ବର ସଂଯୋଜିତ ପ୍ରମୁଖ ଓଡ଼ିଆ ସିନେମାଗୁଡିକରେ ରହିଛ ‘ସୂର୍ଯ୍ୟମୁଖୀ’, ‘ଅରୁନ୍ଧତୀ’, ‘ପ୍ରିୟତମା’, ‘ଅଗ୍ନି ପରୀକ୍ଷା’, ‘ଚିଲିକା ତୀରେ’, ‘ମେଘ ମୁକ୍ତି’, ‘ଜୀବନ ସଂଗ୍ରାମ’, ‘ଜଗା ବଳିଆ’, ‘ଗୋଲାମଗିରି’, ଡୋରା’, ‘ରଣଭୂମି’, ‘ପଥର ଖସୁଛି ବଡ ଦେଉଳୁ’ ଏବଂ ‘ତୁମେ ହିଁ ସାଥୀ ମୋର’। ଏହାବ୍ୟତୀତ କଳାତ୍ମକ ଓଡ଼ିଆ ଚଳଚ୍ଚିତ୍ର ‘ଶୀତ ରାତି’, ‘ମଝି ପାହାଚ’, ‘ନୀରବ ଝଡ’, ‘କ୍ଳାନ୍ତି ଅପରାହ୍ନ’, ‘କିଛି ସ୍ମୃତି କିଛି ଅନୁଭୂତି’, ‘ମାୟା ମିରିଗ’ ଏବଂ ‘ମୁକ୍ତି ତୀର୍ଥ’। ଓଡ଼ିଆ ସଙ୍ଗୀତ ଜଗତ ପାଇଁ ପରଲୋକଗତ ଶାନ୍ତନୁଙ୍କ ଅବଦାନ ଚିର ସ୍ମରଣୀୟ ହୋଇ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri