Categories: ଜାତୀୟ

ବିମାନରେ ମହିଳାଙ୍କ ସହ ଅସଦାଚରଣ କରିଥିବା ଶଙ୍କର ମିଶ୍ରଙ୍କ ଚାକିରି ଗଲା

ନୂଆଦିଲ୍ଲୀ,୬।୧: ଗତବର୍ଷ ନଭେମ୍ବର୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏବେ ତାଙ୍କୁ ତାଙ୍କ କମ୍ପାନୀ ଓ୍ବେଲ୍ସ ଫାର୍ଗୋ ଟର୍ମିନେଟ୍‌ସ୍‌(ବରଖାସ୍ତ) କରିଛି।

କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ, ‘ଓ୍ବେଲ୍ସ ଫାର୍ଗୋ ଏହାର କର୍ମଚାରୀମାନଙ୍କଠାରୁ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଭାବେ ଉଚ୍ଚ ଆଚରଣ କରିବା ଆଶା କରୁଛି। ହେଲେ ଏସବୁ ଅଭିଯୋଗ ବହୁତ ବିବ୍ରତ କରିବା ଭଳି ଥିଲା। ଏହି ବ୍ୟକ୍ତିଙ୍କୁ କମ୍ପାନୀରୁ ବରଖାସ୍ତ କରିଦିଆଯାଇଛି। ଏଥିସହ ମାମଲାର ଅନୁସନ୍ଧାନରେ ଆମେ ସମ୍ପୂର୍ଣ୍ଣ ସହଯୋଗ କରୁଛୁ। ’

ପ୍ରକାଶ ଯେ, ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନର ବିଜିନେସ କ୍ଲାସରେ ଯାତ୍ରା କରୁଥିଲେ ଶଙ୍କର। ସେ ନିଶାଗ୍ରସ୍ତ ଅବସ୍ତରେ ଜଣେ ବୃଦ୍ଧା ମହିଳାଙ୍କ ଉପରେ ପରିସ୍ରା କରିଦେଇଥିଲେ। ଏହି ଘଟଣାକୁ ନେଇ ଡିଜିସିଏ ପକ୍ଷରୁ ଏୟାର ଇଣ୍ଡିଆକୁ ନୋଟିସ କରାଯାଇଥିଲା। ପ୍ରଥମେ ତାଙ୍କ ଉପରେ ୩୦ ଦିନର ବ୍ୟାନ୍‌ ଲଗାଯାଇଥିଲା। ଏଥିସହ ଦିଲ୍ଲୀର ପାଲମ ପୋଲିସ ଷ୍ଟେଶନରେ ମାମଲା ରୁଜୁ କରାଯାଇଥିଲା। ଘଟଣା ତୁମ୍ବିତୋଫାନକୁ ଦେଖି ଶଙ୍କର ଫେରାର ହୋଇଯାଇଛନ୍ତି। ଏପରିକି ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ ଜାରି କରାଯାଇଛି।

Share