Categories: ଜାତୀୟ

୪ମାସ ଯାଏ ଶଙ୍କର ମିଶ୍ରାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ପ୍ରତିବନ୍ଧକ ଲଗାଇଛି। ସେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ। ଗତ ୬ତାରିଖରେ ଅଭିଯୁକ୍ତ ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ଜାମିନ ଖାରଜ ହୋଇଯିବା ପରେ ଏବେ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ମହିଳା ଯାତ୍ରୀଙ୍କ ଅଭିଯୋଗକ୍ରମେ ଦିଲ୍ଲୀ ପୋଲିସ ଜାନୁୟାରୀ ୪ରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୫୦୯, ୫୧୦ ଏବଂ ଭାରତୀୟ ବିମାନ ଆଇନର ଧାରା ୨୩ରେ ମାମଲା ରୁଜୁ କରିଥିଲା। ମହିଳା ଜଣକ ନିଜେ ପରିସ୍ରା କରିଥିଲେ ବୋଲି ମିଶ୍ରା ଆଣିଥିବା ଅଭିଯୋଗକୁ ଅଦାଲତ ଖାରଜ କରିଦେଇଥିଲେ। ପରିସ୍ରା କରିବା ଅଭିଯୋଗ ପରେ ମିଶ୍ରାଙ୍କୁ ଆମେରିକା ଫାଇନାନ୍ସ ସର୍ଭିସ କମ୍ପାନୀ ଓ୍ବେଲ୍ସ ଫାର୍ଗୋ ଚାକିରିରୁ ବହିଷ୍କାର କରିଥିଲା।

Share