ମାସେ ଯାଏ ସାବଧାନ ରୁହନ୍ତୁ ୩ ରାଶି! ଶନି-ସୂର୍ଯ୍ୟ ଏକାସାଙ୍ଗରେ କରିବେ କଲବଲ, ପାଖରୁ ପଳାଇବ ସବୁ ଟଙ୍କା!

ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ଅଧିପତି ଏବଂ ଶନିଙ୍କୁ କର୍ମ ଓ ନ୍ୟାୟର କାରକ ବୋଲି ମନେ କରାଯାଏ। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ସୂର୍ଯ୍ୟ ଓ ଶନିଙ୍କ ସମ୍ପର୍କ ପିତା-ପୁତ୍ରର ହୋଇଥିଲେ ମଧ୍ୟ ଉଭୟଙ୍କ ସୱଭାବରେ ଭିନ୍ନତା ଥିବାରୁ ସେମାନଙ୍କୁ ପରସ୍ପରର ଶତ୍ରୁ ଗ୍ରହ ଭାବେ ଗଣାଯାଏ।
ସେପ୍ଟେମ୍ବର ୧୭, ୨୦୨୬ରେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବା ପରେ ସୂର୍ଯ୍ୟ ଓ ଶନିଙ୍କ ମଧ୍ୟରେ ସମସପ୍ତକ ଯୋଗ ଗଠନ ହୋଇଛି। ଏହି ସ୍ଥିତିରେ ଉଭୟ ଗ୍ରହ ପରସ୍ପରଠାରୁ ସପ୍ତମ ଭାବରେ ରହିଛନ୍ତି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଏହାର ପ୍ରଭାବରେ କିଛି ରାଶିର ଲୋକଙ୍କୁ କାର୍ଯ୍ୟ, ସ୍ବାସ୍ଥ୍ୟ, ଧନ ଓ ସମ୍ପର୍କ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିପାରେ।

ମେଷ ରାଶିର ଜାତକଙ୍କ ପାଇଁ ସୂର୍ଯ୍ୟ ଷଷ୍ଠ ଭାବରେ ଏବଂ ଶନି ଦ୍ୱାଦଶ ଭାବରେ ରହିବେ। ଉଭୟ ଗ୍ରହଙ୍କ ଏହି ସାମ୍ନାସାମ୍ନି ସ୍ଥିତି ଯୋଗୁ କାର୍ଯ୍ୟକ୍ଷେତ୍ରରେ ଚାପ ବଢ଼ିପାରେ ବୋଲି ଜ୍ୟୋତିଷୀୟ ମାନ୍ୟତା ରହିଛି।
ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଏହାର ପ୍ରଭାବ କାମର ଗତି ଉପରେ ପଡ଼ିପାରେ। ବ୍ୟବସାୟରେ ଭାଗିଦାରୀ କରୁଥିବା ବ୍ୟକ୍ତିମାନେ ଆର୍ଥିକ କାରବାର ସମୟରେ ବିଶେଷ ସତର୍କ ରହିବା ସହ ଜରୁରୀ କାଗଜପତ୍ର ଭଲ ଭାବେ ଯାଞ୍ଚ କରନ୍ତୁ।
ସ୍ବାସ୍ଥ୍ୟ ଦୃଷ୍ଟିରୁ ମୁଣ୍ଡବିନ୍ଧା କିମ୍ବା ହଜମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ। ନିୟମିତ ଦିନଚର୍ଯ୍ୟା, ଯୋଗ ଓ ଧ୍ୟାନ ମାନସିକ ଶାନ୍ତି ବଜାୟ ରଖିବାରେ ସହାୟକ ହୋଇପାରେ।

ତୁଳା ରାଶି ପାଇଁ ସୂର୍ଯ୍ୟ ଦ୍ୱାଦଶ ଭାବରେ ଏବଂ ଶନି ଷଷ୍ଠ ଭାବରେ ରହିବେ। ଜ୍ୟୋତିଷୀୟ ଦୃଷ୍ଟିରୁ ଏହି ସମୟରେ ପରିଶ୍ରମ କରିବା ସତ୍ତ୍ୱେ ଆଶାନୁରୂପ ଫଳ ପାଇବାରେ ବିଳମ୍ବ ହୋଇପାରେ।
ତେଣୁ ତୁରନ୍ତ ନିଷ୍ପତ୍ତି ନନେଇ ଧୈର୍ଯ୍ୟର ସହ କାମ କରିବା ଭଲ ହେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ କୌଣସି ସମସ୍ୟାକୁ ଅଣଦେଖା ନକରିବା ଆବଶ୍ୟକ। ଏହା ସହିତ ସାମାଜିକ ଓ କାର୍ଯ୍ୟକ୍ଷେତ୍ରରେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ। ଭାବି ନଚିନ୍ତି କୌଣସି କଥା କହିଲେ ବିବାଦ କିମ୍ବା ପ୍ରତିଷ୍ଠା ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ।

ମୀନ ରାଶିରେ ଶନି ପୂର୍ବରୁ ଅବସ୍ଥାନ କରୁଥିବାବେଳେ ସୂର୍ଯ୍ୟ କନ୍ୟା ରାଶିରେ ପ୍ରବେଶ କରିବା ପରେ ମୀନ ରାଶିର ଜାତକଙ୍କ ସପ୍ତମ ଭାବରେ ରହିବେ।
ଜ୍ୟୋତିଷୀୟ ମାନ୍ୟତା ଅନୁସାରେ ଏହି ଗ୍ରହ ସ୍ଥିତି ଦାମ୍ପତ୍ୟ ଜୀବନରେ ଛୋଟଛୋଟ କଥାକୁ ନେଇ ତଣାପୋଡ଼ ବଢ଼ାଇପାରେ। ଜୀବନସାଥୀଙ୍କ ସହ କଥା ହେବା ସମୟରେ ଧୈର୍ଯ୍ୟ ରଖିବା ଏବଂ ଅନାବଶ୍ୟକ ବିବାଦରୁ ଦୂରେଇ ରହିବା ଭଲ।

 

Dharitri – Odisha’s No.1 Odia Daily

Share