୨୦୨୭ରେ ମେଷ ସମେତ ଏହି ରାଶିଙ୍କ ପିଛା ଛାଡ଼ିବେନି ଶନି; ପାଖରୁ ପଳାଇବ ସବୁ ଧନ! ଚାକିରି-ବ୍ୟବସାୟରେ…

୨୦୨୬ ବର୍ଷ ଶେଷ ହେବାକୁ ଯାଉଥିବାବେଳେ ଏବେଠାରୁ ୨୦୨୭କୁ ନେଇ ଜ୍ୟୋତିଷ ଗଣନା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନ ଓ ରାଶି ପରିବର୍ତ୍ତନ ବିଭିନ୍ନ ରାଶିର ଜାତକଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ କରାଯାଏ। ଏଥିମଧ୍ୟରେ ଶନିଙ୍କ ସ୍ଥିତିକୁ ବିଶେଷ ଗୁରୁତ୍ୱ ଦିଆଯାଏ। ଶନିଙ୍କ ସାଢ଼େସାତୀ ସମୟରେ ଜୀବନରେ ଅନେକ ଉତ୍ଥାନ-ପତନ, ଦାୟିତ୍ୱ ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଏ।
ଜ୍ୟୋତିଷୀୟ ଗଣନା ଅନୁସାରେ, ୨୦୨୭ରେ କୁମ୍ଭ, ମୀନ, ମେଷ ଓ ବୃଷ ରାଶିର ଜାତକମାନେ ଶନିଙ୍କ ସାଢ଼େସାତୀର ବିଭିନ୍ନ ପର୍ଯ୍ୟାୟର ପ୍ରଭାବରେ ରହିପାରନ୍ତି। ଶନିଙ୍କ ରାଶି ପରିବର୍ତ୍ତନ ଯୋଗୁ ଏହି ସମୟରେ କେତେକ ରାଶି ପାଇଁ ସ୍ଥିତି ବଦଳିବାର ସମ୍ଭାବନା ରହିଛି।

ଜ୍ୟୋତିଷ ଗଣନା ଅନୁଯାୟୀ, ୩ ଜୁନ ୨୦୨୭ରେ ଶନି ମେଷ ରାଶିକୁ ପ୍ରବେଶ କଲେ ବୃଷ ରାଶିର ଜାତକଙ୍କ ପାଇଁ ସାଢ଼େସାତୀର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ ବୋଲି ଆକଳନ କରାଯାଉଛି। ଅନ୍ୟପକ୍ଷରେ, କୁମ୍ଭ ରାଶିର ଜାତକମାନେ କିଛି ସମୟ ପାଇଁ ଏଥିରୁ ଆଶ୍ୱସ୍ତି ପାଇପାରନ୍ତି। କିନ୍ତୁ ୨୦ ଅକ୍ଟୋବର ୨୦୨୭ରେ ଶନି ବକ୍ରୀ ହୋଇ ମୀନ ରାଶିକୁ ଫେରିଲେ କୁମ୍ଭ ରାଶି ଉପରେ ପୁଣି ସାଢ଼େସାତୀର ପ୍ରଭାବ ଆରମ୍ଭ ହୋଇପାରେ ବୋଲି ଜ୍ୟୋତିଷ ଗଣନାରେ କୁହାଯାଉଛି।

ମେଷ ରାଶିର ଜାତକମାନେ ନିଜ ବ୍ୟବହାର ଓ ନିଷ୍ପତ୍ତିକୁ ନେଇ ସତର୍କ ରହିବା ଆବଶ୍ୟକ ବୋଲି ଜ୍ୟୋତିଷ ମତ ରହିଛି। ବିଶେଷକରି ଆର୍ଥିକ କାରବାରରେ ଅଧିକ ରିସ୍କ ନେବାରୁ ଦୂରେଇ ରୁହନ୍ତୁ। କୌଣସି ନୂଆ ନିବେଶ କରିବା ପୂର୍ବରୁ ଭଲ ଭାବେ ବିଚାର କରନ୍ତୁ। କାର୍ଯ୍ୟକ୍ଷେତ୍ରରେ ଧୈର୍ଯ୍ୟ ଓ ସଂଯମ ରଖିବା ଉପରେ ଗୁରୁତ୍ୱ ଦିଅନ୍ତୁ।

୨୦୨୭ରେ ବୃଷ ରାଶିର ଜାତକଙ୍କ ପାଇଁ ଶନିଙ୍କ ସାଢ଼େସାତୀର ନୂଆ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ରହିପାରେ। ଏହି ସମୟରେ ପରିବାରରେ ପାରସ୍ପରିକ ବୁଝାମଣା ବଜାୟ ରଖିବା ସହ ବିବାଦଠାରୁ ଦୂରେଇ ରହିବା ଉଚିତ। ନିଜ ଦାୟିତ୍ୱକୁ ଗୁରୁତ୍ୱର ସହ ନିର୍ବାହ କରନ୍ତୁ। ଧୈର୍ଯ୍ୟର ସହ ଆଗକୁ ବଢ଼ିବା ଲାଭଦାୟକ ହୋଇପାରେ ବୋଲି ଜ୍ୟୋତିଷ ମତ ରହିଛି।

କୁମ୍ଭ ରାଶିର ଜାତକମାନେ କାର୍ଯ୍ୟକ୍ଷେତ୍ରରେ ଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ସବୁ ଦିଗକୁ ଭଲ ଭାବେ ବିଚାର କରନ୍ତୁ। ସୱାସ୍ଥ୍ୟ ପ୍ରତି ମଧ୍ୟ ଅବହେଳା କରନ୍ତୁ ନାହିଁ। ଶନିଙ୍କ ରାଶି ପରିବର୍ତ୍ତନ ଯୋଗୁଁ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିପାରେ, ତେବେ ପରବର୍ତ୍ତୀ ସମୟରେ ସ୍ଥିତି ବଦଳିବାର ସମ୍ଭାବନା ରହିଛି।

ମୀନ ରାଶିର ଜାତକଙ୍କ ପାଇଁ ଧୈର୍ଯ୍ୟ ଓ ଦାୟିତ୍ୱବୋଧ ସହ ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ ହୋଇପାରେ। ପରିବାର ଓ ସମ୍ପର୍କରେ କଥାବାର୍ତ୍ତା କରିବା ସମୟରେ ସଂଯମ ରଖନ୍ତୁ। ନିୟମିତ ଦୈନନ୍ଦିନ ଜୀବନଶୈଳୀ ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବେ ଚିନ୍ତା କରିବା ଉଚିତ।

Dharitri – Odisha’s No.1 Odia Daily

Share
Tags: rashiphala