ଶନିଙ୍କ ମାର୍ଗୀ ଚଳନ: ୨୦୨୭ ପୂର୍ବରୁ ୪ ରାଶିଙ୍କ ଘରକୁ ଆସିବ ଧନର ସୁଅ! ଚାକିରି-ବ୍ୟବସାୟରେ…

ଶନିଦେବଙ୍କୁ ନ୍ୟାୟ ଓ କର୍ମଫଳର ଦେବତା ବୋଲି ମାନାଯାଏ। ବ୍ୟକ୍ତିଙ୍କ କର୍ମ ଅନୁସାରେ ଶନିଦେବ ତାଙ୍କୁ ଫଳ ପ୍ରଦାନ କରିଥାନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ ଯେତେବେଳେ ନିଜ ଚଳନ ପରିବର୍ତ୍ତନ କରନ୍ତି, ସେତେବେଳେ ଏହାର ପ୍ରଭାବ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିଥାଏ। ଖୁବଶୀଘ୍ର ଶନିଦେବ ନିଜ ଚଳନ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନିଙ୍କ ଏହି ସିଧା ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭ ଓ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। ୨୦୨୬ ଡିସେମ୍ବର ୧୧ ତାରିଖରେ ଶନିଦେବ ମୀନ ରାଶିରେ ମାର୍ଗୀ ହେବାକୁ ଯାଉଛନ୍ତି। ତେବେ ଶନିଙ୍କ ଏହି ମାର୍ଗୀ ଚଳନ କେଉଁ ରାଶିଙ୍କ ପାଇଁ ଲାଭଦାୟକ ରହିବ, ଆସନ୍ତୁ ଜାଣିବା।

ଶନିଦେବଙ୍କ ମାର୍ଗୀ ଚଳନ ମେଷ ରାଶିର ଜାତକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ। ଏହି ସମୟରେ ଧନଲାଭର ପ୍ରବଳ ଯୋଗ ରହିଛି। ଦୀର୍ଘଦିନ ଧରି ଅଟକି ରହିଥିବା ଟଙ୍କା ଫେରି ପାଇପାରନ୍ତି। ଏଥିସହ ଅଧୁରା ଓ ଅଟକି ରହିଥିବା କାମ ମଧ୍ୟ ପୂରଣ ହେବ। ବ୍ୟବସାୟୀଙ୍କୁ କୌଣସି ବଡ଼ ଡିଲ ମିଳିପାରେ, ଯାହା ଭବିଷ୍ୟତରେ ଭଲ ଲାଭ ଦେବ। ଚାକିରି କରୁଥିବା ବ୍ୟକ୍ତିଙ୍କ ଦରମା ବୃଦ୍ଧି ହେବା ସହ ପଦୋନ୍ନତିର ଯୋଗ ମଧ୍ୟ ରହିଛି।

ଶନିଦେବଙ୍କ ସିଧା ଚଳନ ମିଥୁନ ରାଶିର ଜାତକଙ୍କ ପାଇଁ ଅତ୍ୟନ୍ତ ଶୁଭ ଓ ଫଳପ୍ରଦ ରହିବ। କର୍ମକ୍ଷେତ୍ରରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ବରିଷ୍ଠ ଅଧିକାରୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ହଠାତ୍‌ ଧନଲାଭର ଯୋଗ ମଧ୍ୟ ରହିଛି। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହି ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ।

କର୍କଟ ରାଶିର ଜାତକଙ୍କ ଉପରେ ଶନିଦେବଙ୍କ ବିଶେଷ କୃପା ରହିବ। ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ। ସେୟାର ବଜାର କିମ୍ବା ସମ୍ପତ୍ତିରେ ପୂର୍ବରୁ କରିଥିବା ନିବେଶରୁ ବଡ଼ ଲାଭ ମିଳିବାର ସମ୍ଭାବନା ରହିଛି। ଜୀବନରେ ଦୀର୍ଘଦିନ ଧରି ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇପାରେ। ଆୟର ନୂଆ ନୂଆ ରାସ୍ତା ଖୋଲିବ। ପରିବାରରେ ସୁଖଶାନ୍ତି ବଜାୟ ରହିବା ସହ ସମାଜରେ ମାନସମ୍ମାନ ବୃଦ୍ଧି ପାଇବ।

ସିଂହ ରାଶିର ଜାତକଙ୍କ ପାଇଁ ମଧ୍ୟ ଶନିଙ୍କ ମାର୍ଗୀ ଚଳନ ଶୁଭ ଫଳ ଆଣିପାରେ। ବ୍ୟବସାୟରେ ଦେଖାଦେଉଥିବା ବାଧାବିଘ୍ନ ଦୂର ହେବା ସହ ଆର୍ଥିକ ଲାଭର ଅନେକ ଭଲ ସୁଯୋଗ ମିଳିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ପ୍ରସ୍ତାବ ମିଳିପାରେ। ଆର୍ଥିକ ଅଭାବ ଦୂର ହେବା ସହ ସୱାସ୍ଥ୍ୟରେ ମଧ୍ୟ ସୁଧାର ଆସିବ।

Dharitri – Odisha’s No.1 Odia Daily

Share
Tags: rashiphala