ମାର୍ଗୀ ହେବେ ଶନି: ତୁଳା ସମେତ ୪ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ସମୟ, ଚାକିରିରୁ ବ୍ୟବସାୟ ଯାଏ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ଚଳନରେ ପରିବର୍ତ୍ତନ ମଣିଷ ଜୀବନ ଉପରେ ପ୍ରଭାବ ପକାଇଥାଏ। ଆସନ୍ତା ଡିସେମ୍ବର ୧୧ ତାରିଖ ଶୁକ୍ରବାର ସକାଳ ୫ଟାରେ ଶନିଦେବ ମାର୍ଗୀ ହେବାକୁ ଯାଉଛନ୍ତି। ବର୍ତ୍ତମାନ ଶନି ମୀନ ରାଶିରେ ଅବସ୍ଥାନ କରୁଥିବା ବେଳେ ତାଙ୍କର ଏହି ଚଳନ ୪ଟି ରାଶି ପାଇଁ ଶୁଭ ଫଳ ଆଣିପାରେ। ବିଶେଷକରି ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ମିଳିପାରେ ଉନ୍ନତିର ସୁଯୋଗ। ତେବେ ଆସନ୍ତୁ ଜାଣିବା କେଉଁ ୪ଟି ରାଶି ଉପରେ ରହିବ ଶନିଦେବଙ୍କ ଶୁଭ ପ୍ରଭାବ।

ମେଷ ରାଶି: ଶନିଙ୍କ ମାର୍ଗୀ ଚଳନ ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ହୋଇପାରେ। କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଅନୁକୂଳ ରହିବ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍‌ରୁ ଲାଭବାନ ହୋଇପାରନ୍ତି।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ କ୍ୟାରିୟର କ୍ଷେତ୍ରରେ ଭଲ ସମୟ ଆସିପାରେ। ଚାକିରିରେ ସଫଳତା ମିଳିବା ସହ ଭାଗ୍ୟର ସାଥ ମିଳିବ। ଦୀର୍ଘଦିନର ପରିଶ୍ରମର ଉଚିତ ଫଳ ପାଇବାର ସମ୍ଭାବନା ରହିଛି। ଏଥିସହ ଆର୍ଥିକ ସ୍ଥିତି ମଧ୍ୟ ମଜଭୁତ ହୋଇପାରେ।

ମକର ରାଶି: ଶନିଙ୍କ ମାର୍ଗୀ ଚଳନ ମକର ରାଶି ପାଇଁ ଲାଭଦାୟକ ହୋଇପାରେ। ଚାକିରି କରୁଥିବା ଲୋକଙ୍କୁ କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ପଦୋନ୍ନତିର ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରେ। ଏଥିସହ ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବାର ଆଶା ରହିଛି।

କୁମ୍ଭ ରାଶି: କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି। ପରିବାର ସଦସ୍ୟଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ। ଅଯଥା ଖର୍ଚ୍ଚରୁ ଦୂରେଇ ରହିଲେ ଆର୍ଥିକ ସ୍ଥିତି ଆହୁରି ଭଲ ରହିପାରିବ।

Dharitri – Odisha’s No.1 Odia Daily

Share
Tags: rashiphala