ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଗୋଚର କରିବେ। ଶନି ୯ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଏହାପରେ ସେ ଉତ୍ତରଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ।

ବର୍ତ୍ତମାନ ଶନି ମୀନ ରାଶିରେ ବକ୍ରୀ ଅବସ୍ଥାରେ ରହିଛନ୍ତି। ଶନିଙ୍କ ଏହି ନକ୍ଷତ୍ର ପରିବର୍ତ୍ତନର ପ୍ରଭାବରେ ମେଷ, କର୍କଟ, ବିଛା ଓ ମକର ରାଶିର ଲୋକମାନେ କିଛି ସମସ୍ୟାର ସାମ୍ନା କରିପାରନ୍ତି ବୋଲି ଜ୍ୟୋତିଷୀୟ ଆକଳନ କରାଯାଉଛି।

ମେଷ ରାଶିର ଲୋକଙ୍କୁ ଶନିଙ୍କ ନକ୍ଷତ୍ର ଗୋଚର ସମୟରେ ସତର୍କ ରହିବାକୁ ପଡ଼ିପାରେ। ଟଙ୍କା ନେଣଦେଣ ସମୟରେ ବିଶେଷ ସାବଧାନ ରୁହନ୍ତୁ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ରାଗ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ, ନଚେତ୍‌ କ୍ଷତି ହୋଇପାରେ। ଏହି ସମୟରେ ନିବେଶ କରିବାରୁ ଦୂରେଇ ରହିବା ଭଲ।

କର୍କଟ ରାଶିର ଲୋକଙ୍କ ମାନସିକ ଚାପ ବଢ଼ିପାରେ। ରାଗ କାରଣରୁ କାମ ବିଗିଡ଼ିବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ ଏବଂ ଯାତ୍ରା ସମୟରେ ବିଶେଷ ଧ୍ୟାନ ଦିଅନ୍ତୁ। ଖର୍ଚ୍ଚ ବଢ଼ିବା ଯୋଗୁ ଚିନ୍ତା ବଢ଼ିପାରେ। ତେଣୁ ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚାକିରି ଓ ବ୍ୟବସାୟରେ ସଫଳତା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

ଶନିଙ୍କ ନକ୍ଷତ୍ର ପଦ ପରିବର୍ତ୍ତନ ଯୋଗୁ ବିଛା ରାଶିର ଲୋକଙ୍କୁ ମଧ୍ୟ କିଛି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ଓ ସମସ୍ୟା ବଢ଼ିପାରେ। ତେବେ କଠିନ ପରିଶ୍ରମ କଲେ ଭଲ ଫଳ ମିଳିବାର ସମ୍ଭାବନା ରହିଛି। ଅନାବଶ୍ୟକ ଖର୍ଚ୍ଚ କମାଇବା ଦରକାର। କାହା ସହ ବିବାଦରେ ଜଡ଼ିତ ହୁଅନ୍ତୁ ନାହିଁ। ଗାଡ଼ି ଚଳାଇବା ସମୟରେ ମଧ୍ୟ ସତର୍କ ରୁହନ୍ତୁ।

ମକର ରାଶିର ଲୋକଙ୍କ ମାନସିକ ଚାପ ବଢ଼ିପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିବା ଯୋଗୁଁ କିଛି ଅସୁବିଧା ହୋଇପାରେ। ଚାକିରି ବଦଳାଇବା କିମ୍ବା ନୂଆ କାମ ଆରମ୍ଭ କରିବାରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଭାଇ-ଭଉଣୀଙ୍କ ସହ ସମ୍ପର୍କରେ ମଧ୍ୟ ମତଭେଦ ଦେଖାଦେଇପାରେ। ତେଣୁ ଏହି ସମୟରେ ଧୌର୍ଯ୍ୟ ରଖିବା ଆବଶ୍ୟକ।

Dharitri – Odisha’s No.1 Odia Daily

Share
Tags: rashiphala