୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ ଫଳ ପ୍ରଦାନ କରିଥାନ୍ତି। ସମସ୍ତ ଗ୍ରହମାନଙ୍କ ମଧ୍ୟରେ ଶନି ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ, ଯିଏ ଗୋଟିଏ ରାଶିରେ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରୁହନ୍ତି। ରାଶି ପରିବର୍ତ୍ତନ କରିବା ସହିତ ଏକ ର୍ନିଦ୍ଦିଷ୍ଟ ବ୍ୟବଧାନରେ ଶନି ନକ୍ଷତ୍ର ମଧ୍ୟ ପରିବର୍ତ୍ତନ କରିଥାନ୍ତି। ଏହି କ୍ରମରେ ଶନି ଅକ୍ଟୋବର ୯ ତାରିଖରେ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ, ଏହା ପରେ ନୂଆ ବର୍ଷରେ ହିଁ ନକ୍ଷତ୍ର ପରିବର୍ତ୍ତନ କରିବେ। ୮ ଫେବୃଆରୀ ୨୦୨୭ରେ ଶନି ରେବତୀ ନକ୍ଷତ୍ରରେ ଗୋଚର କରିବେ ଏବଂ ୩ ଜୁନ ୨୦୨୭ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ। ଏହିପରି ଭାବରେ ଶନି ରେବତୀ ନକ୍ଷତ୍ରରେ ୧୧୫ ଦିନ ପର୍ଯ୍ୟନ୍ତ ଅବସ୍ଥାନ କରିବେ। ଆସନ୍ତୁ ଜାଣିବା, ୨୦୨୭ ବର୍ଷରେ ଶନି ରେବତୀ ନକ୍ଷତ୍ରରେ ଗୋଚର କରିବା ଦ୍ୱାରା କେଉଁ କେଉଁ ରାଶିର ବ୍ୟକ୍ତି ବିଶେଷ ଉପକୃତ ହେବେ।

ବୃଷ ରାଶି

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଫଳରେ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ଆୟରେ ବୃଦ୍ଧି ଘଟିବ। ରୋଜଗାରର ନୂଆ ନୂଆ ବାଟ ଫିଟିବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିପାରେ। ଆଗାମୀ ଦିନରେ କ୍ୟାରିୟରରେ କୌଣସି ବଡ଼ ସଫଳତା ହାସଲ ହୋଇପାରେ। ବ୍ୟବସାୟରେ ଲାଭ ପାଇଁ ଉତ୍ତମ ସୁଯୋଗ ମିଳିବ। ଏହା ବ୍ୟତୀତ କୋର୍ଟ-କଚେରୀ ମାମଲାରେ ଆପଣଙ୍କର ବିଜୟ ହେବ।

ମିଥୁନ ରାଶି

ବୁଧଙ୍କ ନକ୍ଷତ୍ରରେ ଶନିଙ୍କ ଗୋଚର ମିଥୁନ ରାଶିର ଲୋକଙ୍କୁ ପ୍ରଚୁର ଲାଭ ଦେବ। ସାମାଜିକ ମାନ-ସମ୍ମାନ ବୃଦ୍ଧି ପାଇବ। ଉନ୍ନତି ଓ ଲାଭର ଭଲ ସୁଯୋଗ ସୃଷ୍ଟି ହେବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ନୂଆ ଦାୟିତ୍ୱ ମିଳିପାରେ। ସରକାରୀ ଚାକିରି ଖୋଜୁଥିବା ଲୋକଙ୍କୁ ଶୁଭ ଖବର ମିଳିବାର ସମ୍ଭାବନା ରହିଛି। ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ, ଯାହା ମାନସିକ ଶାନ୍ତି ପ୍ରଦାନ କରିବ।

କନ୍ୟା ରାଶି

ରେବତୀ ନକ୍ଷତ୍ରରେ ଶନିଙ୍କ ଗୋଚର କନ୍ୟା ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ତଥା ସକାରାତ୍ମକ ଫଳାଫଳ ନେଇ ଆସିପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ମାନ-ସମ୍ମାନ ମିଳିବ। ଚାକିରି କରୁଥିବା ଲୋକଙ୍କୁ ଉନ୍ନତିର ସୁବର୍ଣ୍ଣ ସୁଯୋଗ ମିଳିବ। ଘର-ପରିବାରରେ ସଦସ୍ୟଙ୍କ ତରଫରୁ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ବ୍ୟବସାୟରେ ଉତ୍ତମ ମୁନାଫା ଅର୍ଜନ ହେବ।

ତୁଳା ରାଶି

ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ। ପାରିବାରିକ ମାମଲାରେ ଉଲ୍ଲେଖନୀୟ ସଫଳତା ମିଳିବ। ଆପଣଙ୍କୁ କାର୍ଯ୍ୟରେ ସିଦ୍ଧି ମିଳିବା ସହ ଶତ୍ରୁଙ୍କ ଉପରେ ବିଜୟ ହାସଲ ହେବ। ଏହା ବ୍ୟତୀତ ଆପଣଙ୍କର ସମସ୍ତ ପ୍ରକାର ଇଚ୍ଛା ପୂରଣ ହେବ। ମନୋବାଞ୍ଛିତ ସଫଳତା ସହିତ ଉନ୍ନତିର ବାଟ ଖୋଲିବ।

ମକର ରାଶି

ମକର ରାଶିର ଲୋକଙ୍କ ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆୟର ନୂଆ ନୂଆ ମାଧ୍ୟମ ନେଇ ଆସିବ। ଏହି ସମୟ ମଧ୍ୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ସନ୍ତାନଙ୍କ ତରଫରୁ କୌଣସି ଖୁସି ଖବର ଶୁଣିବାକୁ ମିଳିପାରେ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ ଏବଂ କିଛି ନୂଆ କରିବାର ସୁଯୋଗ ମିଳିବ।

Share