ଏହି ୬ ଅଭ୍ୟାସ ଥିବା ବ୍ୟକ୍ତିଙ୍କୁ କେବେ ଅସୁବିଧାରେ ପକାନ୍ତି ନାହିଁ ଶନି, ରଖିଥାନ୍ତି କୃପାଦୃଷ୍ଟି

ସୂର୍ଯ୍ୟ ପୁତ୍ର ହେଉଛନ୍ତି ଶନି। କୁହାଯାଏ ଶନିଙ୍କ ଦୃଷ୍ଟି ଯାହା ଉପରେ ପଡେ ତା’ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଯାଏ। ହେଲେ ନ୍ୟାୟର ଦେବତା କୁହାଯାଉଥିବା ଶନି ସର୍ବଦା ଲୋକଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ଯଦି ସେ କାହା ଉପରେ ପ୍ରସନ୍ନ ହୁଅନ୍ତି ତେବେ ତା’ର ଖୁସି ସହ ଧନସମ୍ପଦ ବୃଦ୍ଧି ପାଇଥାଏ। ଆସନ୍ତୁ ଆଜି ଜାଣିବା ଶନି କେବେ ଏବଂ କାହାକୁ ଅସୁବିଧାରେ ପକାଇ ନ ଥାନ୍ତି।

-ଯିଏ ଦାନ ଧର୍ମ କରିଥାନ୍ତି:
ଯେଉଁ ଲୋକ ଗରିବ ଏବଂ ଅସହାୟଙ୍କ ସୁବିଧା ପାଇଁ ସର୍ବଦା ତତ୍ପର ରୁହନ୍ତି, ଦାନ ଧର୍ମ କରିଥାନ୍ତି, ଶନି ତାଙ୍କ ଉପରେ ସର୍ବଦା ନିଜର କୃପାଦୃଷ୍ଟି ରଖିଥାନ୍ତି। ବିଶେଷଭାବେ କଳା ଚଣା, ସୋରିଷ/ଜଡ଼ା ତେଲ, ବିରି ଡାଲି, ତେଲ, ପୋଷାକ କିମ୍ବା ଖାଦ୍ୟପେୟର ସାମଗ୍ରୀ ଦାନ କରୁଥିବା ଲୋକଙ୍କ ଉପରେ ଶନି ପ୍ରସନ୍ନ ରହିଥାନ୍ତି।

-ଯିଏ କୁକୁରର ସେବା କରିଥାନ୍ତି:
ଶନି କୁକୁରଙ୍କ ସେବା କରୁଥିବା ବ୍ୟକ୍ତିଙ୍କ ଉପରେ ଖୁସି ରହିଥାନ୍ତି। ବିଶେଷକରି କଳା କୁକୁରକୁ ରୁଟି କିମ୍ବା କ୍ଷୀର ଦେଲେ ଶନି ପ୍ରସନ୍ନ ରୁହନ୍ତି। ଯିଏ ନିୟମିତ ଭାବେ କୁକୁରଙ୍କ ସେବା କରନ୍ତି, ତାଙ୍କୁ ଆର୍ଥିକ ଭାବେ ଦେବାଲିୟା ହେବାକୁ ଶନି ଦେଇ ନ ଥାନ୍ତି। ଏପରିକି କୁକୁରକୁ ସୋରିଷ ତେଲରେ ରୁଟି ବୁଡ଼ାଇ ଦେଲେ ରାହୁ-କେତୁ ଭଳି ଦୋଷରୁ ମୁକ୍ତି ପାଇ ହୁଏ ବୋଲି କୁହାଯାଏ।

-ନଖ ବଢ଼ାଉ ନ ଥିବା ବ୍ୟକ୍ତି:
ନ୍ୟାୟ ପ୍ରିୟ ଶନିଙ୍କୁ ସଫାସଫି ବହୁତ ପସନ୍ଦ। ଯେଉଁ ଲୋକ ସର୍ବଦା ପରିଷ୍କାର ରହିଥାନ୍ତି, ଶନି ତାଙ୍କୁ ଅସୁବିଧାରେ ପକାଇ ନ ଥାନ୍ତି। ବିଶେଷକରି ଜଣଙ୍କୁ ନଖ ଅପରିଷ୍କାର ରଖିବା ଉଚିତ ନୁହେଁ। ଏହାପୂର୍ବରୁ ତାକୁ କାଟି ଦେବା ଉଚିତ।

ଶନିବାର ଉପବାସ କରୁଥିବା ବ୍ୟକ୍ତି:
ଯେଉଁ ଲୋକ ଶନିବାର ଶନିଙ୍କ ପାଇଁ ଉପବାସ କରିଥାନ୍ତି ଏବଂ ଦାନଧର୍ମର କାର୍ଯ୍ୟ କରିଥାନ୍ତି, ତାଙ୍କ ଉପରେ ଶନି ପ୍ରସନ୍ନ ରହିଥାନ୍ତି। ଶନିଙ୍କ ବ୍ରତ କରି ନିଜର ଭୋଜନକୁ ଅନ୍ୟ କାହାକୁ ବାଣ୍ଟିଲେ ମଧ୍ୟ ସେ ଖୁସି ହୁଅନ୍ତି। ଏମାନଙ୍କ ଘରେ ଖାଦ୍ୟ ନଚେତ ଧନର ଅଭାବ ରୁହେ ନାହିଁ।

ପିତ୍ରୁ ପୁରୁଷଙ୍କ ଶ୍ରାଦ୍ଧ କରୁଥିବା ବ୍ୟକ୍ତି:

ଯେଉଁ ଲୋକ ସମୟରେ ପିତ୍ରୁ ପୁରୁଷଙ୍କ ଶ୍ରାଦ୍ଧ କରିଥାନ୍ତି, ତାଙ୍କ ଉପରେ ଶନି ପ୍ରସନ୍ନ ହୋଇ ସମସ୍ତ କଷ୍ଟ ଦୂର କରିଥାନ୍ତି। ପିତୃପକ୍ଷ ଶନିବାର ଏବଂ ଅମାବାସ୍ୟାରେ ଶନିଙ୍କ ପୂଜା କରିବା ଫଳଦାୟୀ ବୋଲି କୁହାଯାଏ। ଯଦି କେବେ ଶନିବାର ଅମାବାସ୍ୟା ପଡେ ତେବେ ଶନି ପୂଜା ପାଇଁ ବହୁତ ଶୁଭ ଦିନ ବୋଲି କୁହାଯାଏ। ଏହି ଦିନ ଶନିଙ୍କ ତେଲ ଲାଗି କରନ୍ତୁ। ଓସ୍ତ ଗଛର ପୂଜା କରି ଜଳ ଅର୍ପଣ କରିବା ସହ ସାତ ଥର ପରିକ୍ରମା କରନ୍ତୁ।