Categories: ଖେଳ

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଭାବୁକ ହେଲେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ,୩୦।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରାଇନା ସର୍ବଦା ସିଏସ୍‌କେର ଗୁରୁତ୍ୱପୂର୍ଣ୍ଣ ବ୍ୟାଟ୍ସମ୍ୟାନ୍‌ ରହିଆସିଛନ୍ତି। ତାଙ୍କ ଅନୁପସ୍ଥିତି ଦଳ ପାଇଁ ସମସ୍ୟା ସୃଷ୍ଟି କରିବ ବୋଲି କୁହାଯାଉଛି। ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା ସିଏସକେ ଓପନର୍‌ ସେନ୍‌ ୱାଟସନ ରାଇନା ପାଇଁ ଏକ ଭାବପ୍ରବଣ ଭିଡିଓ ଶେୟାର କରିଛନ୍ତି। ୱାଟସନ କହିଛନ୍ତି ପୁରା ସିଏସ୍‌କେ ଦଳ ଆପଣଙ୍କୁ ମିସ୍‌ କରିବ। ତୁମେ ଦଳର ଗୃରୁତ୍ୱପୂର୍ଣ୍ଣ ଖେଳାଳି। ଏଥର ଆମେ ସବୁକିଛି କରିବୁ ଯାହାକୁ ନେଇ ତୁମେ ଗର୍ବ ଅନୁଭବ କରିପାରିବେ। ତୁମେ ଆରମ୍ଭରୁ ଦଳର ଏକ ଅଂଶ ଏବଂ ଏହାର ସବୁଠାରୁ ବଡ ଶକ୍ତି। ତୁମେ ଖୁସିରେ ରୁହ ଏବଂ ସୁରକ୍ଷିତ ରୁହ। ସୂଚନାଯୋଗ୍ୟ,ରାଇନାଙ୍କ ସମ୍ପର୍କୀୟଙ୍କ ଉପରକୁ  ଅଜ୍ଞାତ ଆକ୍ରମଣକାରୀମାନେ ମାରାତ୍ମକ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମାମୁଁଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ସମ୍ପର୍କୀୟ ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି।
Share