Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ି ରାଜସ୍ଥାନ ରୟାଲ୍ସ ସହ ଯୋଡ଼ି ହେଲେ ଶେନ୍‌ ବଣ୍ଡ

ନୂଆଦିଲ୍ଲୀ,୨୪।୧୦: ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର୍‌ ଶେନ୍‌ ବଣ୍ଡଙ୍କୁ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ସହାୟକ କୋଚ୍‌ ଏବଂ ଦ୍ରୁତ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ମିଳିଛି। ଏହାପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ କୋଚ୍‌ ଥିଲେ।

ନିଜର କ୍ରିକେଟ କ୍ୟାରିୟରରେ ବଣ୍ଡ ଦୁନିଆର ସର୍ବଶ୍ରେଷ୍ଠ ବୋଲରରେ ସାମିଲ ଥିଲେ। ୨୦୧୨ରୁ ୨୦୧୫ ମଧ୍ୟରେ ସେ ଜାତୀୟ ଦଳ ଲାଗି ବୋଲିଂ କୋଚ୍‌ ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ମୁମ୍ବାଇ ଫ୍ରାଞ୍ଚାଇଜ୍‌ ସହ ଯୋଡ଼ିହୋଇ ୯ ସିଜନ୍‌ ଲାଗି ଦାୟିତ୍ୱ ତୁଲାଇ ଆସୁଥିଲେ। ତାଙ୍କ ସମୟରେ ଦଳ ୪ ଥର ଆଇପିଏଲ ଚାମ୍ପିୟନ ହୋଇଥିଲା।

Share