Posted inଫୁରସତ

ଶାମ୍ପୁ: କେବେ ଓ କେଉଁଠି ପ୍ରଥମେ ହୋଇଥିଲା ଆରମ୍ଭ…

‘ଶାମ୍ପୁ’ ନାଁରୁ ଭାବୁଥିବେ ଏହା ଏକ ଇଂରାଜୀ ଶବ୍ଦ। ତେବେ ପ୍ରକୃତ କଥା ହେଉଛି ଏହି ଶବ୍ଦଟି ‘ଚମ୍ପୋ’ ବ ‘ଚମ୍ପି’ରୁ ଉଦ୍ଧୃତ। ‘ଚମ୍ପୋ’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଚପତି’ରୁ ଆସିଛି। ଯାହାର ଅର୍ଥ ହେଉଛି ମାଲିସ୍‌ କରିବା। ପୂର୍ବେ ଭାରତୀୟମାନେ ବିଭିନ୍ନ ପ୍ରକାରର ଆୟୁର୍ବେଦିକ ଜିନିଷକୁ ମୁଣ୍ଡ ସଫା କରିବା ଲାଗି ବ୍ୟବହାର କରୁଥିଲେ। ଯେମିତିକି ରିଠାକୁ ବତୁରାଇ କେଶ ସଫା କରିବା। ଏମିତିରେ ତ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ମିଶରରେ ଉଦ୍ଭାବନ ହୋଇଥିଲା। ହେଲେ ଏହି ଶାମ୍ପୁର ବ୍ୟବହାର ଭାରତରେ ପ୍ରଥମେ ଆରମ୍ଭ ହୋଇଥିବା ତଥ୍ୟ କହେ। ଆଉ ପ୍ରଥମେ ଶାମ୍ପୁ ବ୍ୟବହାର ସିନ୍ଧୁ ସଭ୍ୟତାରେ ହୋଇଥିବା କିଛି ପ୍ରମାଣରୁ ଜଣାପଡ଼େ। ପୂର୍ବେ ଭାରତରେ ରିଠା, ସୁଖିଲା ଅଁଳା ଓ ଅନ୍ୟାନ୍ୟ ପ୍ରାକୃତିକ ଚେରମୂଳିକୁ ଶିଝାଇ ଶାମ୍ପୁ ପ୍ରସ୍ତୁତ କରାଯାଉଥିଲା। ଇଂରେଜମାନେ ଯେବେ ଭାରତ ଆସିଲେ ସେମାନଙ୍କ ନଜର ଏହା ଉପରେ ପଡ଼ିଥିଲା। ଆଉ ଏହାକୁ ବ୍ୟବହାର କରି ସେମାନେ ଅନେକ ଉପଶମ ପାଇଲେ। ତେଣୁ ସେମାନେ ଏହାକୁ ନିଜ ଦେଶକୁ ନେଇଗଲେ। ଆଉ ଏହାକୁ ସେତେବେଳେ ସେଠାକାର ରାଜା ମହାରାଜା ଓ ଧନୀକ ବ୍ୟକ୍ତି ହିଁ ବ୍ୟବହାର କଲେ। ସାଧାରଣ ଲୋକଙ୍କ ପାଇଁ ଏହା ନ ଥିଲା। ଏହାବାଦ ଶେକ୍‌ ଦିନ ମହମ୍ମଦ ଯେକି ଜଣେ ବଙ୍ଗୀୟ ଟ୍ରାଭେଲର୍‌, ସର୍ଜନ ଓ ଏଣ୍ଟରପ୍ରେନ୍ୟୁର ସେ ବ୍ରିଟେନରେ ଶାମ୍ପୁ କରିବା ପ୍ରଣାଳୀ ପ୍ରାରମ୍ଭ କରାଇଥିବା କୁହାଯାଏ।୧୮୧୪ରେ ମହମ୍ମଦ ନିଜ ପତ୍ନୀଙ୍କ ସହ ମିଶି ଇଂଲଣ୍ଡରେ ପ୍ରଥମ କମର୍ସିଆଲ ଶାମ୍ପୁଇଂ ଭାପର୍‌ ମସାଜ ବାଥ ଆରମ୍ଭ କରିଥିଲେ। ୟୁରୋପରେ ଶାମ୍ପୁର ପ୍ରାରମ୍ଭିକ ସମୟରେ ସାବୁନ୍‌କୁ ପାଣିରେ ବତୁରାଇ ସେଥିରେ ଚେରମୂଳି ପକାଇ ପ୍ରସ୍ତୁତ କରାଯାଉଥିଲା। ବିଂଶ ଶତାବ୍ଦିରୁ ଶାମ୍ପୁର ବ୍ୟବସାୟୀକରଣ ଆରମ୍ଭ ହେଲା। ଆଉ ୧୯୧୪ରେ ଆମେରିକୀୟ ମାଗାଜିନ୍‌ରେ ଏକ ହ୍ରଦରେ ଜଣେ ମହିଳା ‘କାନ୍ଥ୍ରକ୍ସ’ ଶାମ୍ପୁକୁ କେଶରେ ଲଗାଉଥିବାର ଫଟୋ ବିଜ୍ଞାପନଭାବେ ସ୍ଥାନ ପାଇଥିଲା। ୧୯୦୦ ମସିହାରେ ଜର୍ମାନୀର ପରଫ୍ୟୁମ ପ୍ରସ୍ତୁତକାରୀ ଓ ହେୟାର ଷ୍ଟାଇଲିଷ୍ଟ ଯୋଶେଫ ଓ୍ବିଲହେଲ୍ମ ରସ୍କ ପ୍ରଥମ ଲିକ୍ୱିଡ ହେୟାର ଓ୍ବାଶିଂ ଶୋପ୍‌ ତିଆରି କରିଥିଲେ। ଆଉ ତାର ନାଁ ଦେଇଥିଲେ ‘ଚମ୍ପୁଇଂ’। ୧୯୨୭ରେ ମାସ୍‌ ପ୍ରଡ଼କ୍ସନ ପାଇଁ ଲିକ୍ୱିଡ ଶାମ୍ପୁରେ ଆଉ କିଛି ବିକାଶ କରାଯାଇଥିଲା।

ପ୍ରକୃତରେ କହିବାକୁ ଗଲେ ସାବୁନ ଓ ଶାମ୍ପୁ ଦୁଇଟିଯାକ ପ୍ରାୟତଃ ଏକାପରି। ଉଭୟରେ ସର୍ଫାକ୍ଟାଣ୍ଟସ୍‌ ଅଛି। ଯାହାକି ଏକପ୍ରକାରର ଡିଟରଜେଣ୍ଟ। ଆଧୁନିକ ଶାମ୍ପୁ ବା ଯାହା ଆମେ ଏବେ ବ୍ୟବହାର କରୁଛେ ତାହା ୧୯୩୦ରେ ‘ଡ୍ରେନେ’ ଶାମ୍ପୁରୁ ଆରମ୍ଭ ହୋଇଥିଲା। ଏହି ଡ୍ରେନେ ନାମକ ଶାମ୍ପୁ ହେଉଛି ପ୍ରଥମ ଶାମ୍ପୁ ଯେଉଁଥିରେ ସାବୁନ ବଦଳରେ ସିନ୍ଥେଟିକ ସର୍ଫାକାଣ୍ଟ ବ୍ୟବହାର ହୋଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି…

ବୈଜ୍ଞାନିକଙ୍କ ବଡ଼ ଚେତାବନୀ, ଏହି ସ୍ଥାନରେ ଆକାଶରୁ ହେବ ରକ୍ତ ବର୍ଷା, ପରେ ବିଶ୍ୱରେ ଘଟିବ…

ବୈଜ୍ଞାନିକମାନେ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି, ଆଗାମୀ ଦିନରେ ପରିସ୍ଥିତି ଗମ୍ଭୀର ହେବାକୁ ଯାଉଛି। କୋପର୍ନିକସ ଆଟମୋସ୍ଫିଅର୍‌ ମନିଟରିଂ ସର୍ଭିସ (CAMS)ର ବିଶେଷଜ୍ଞଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri