ଚର୍ଚ୍ଚିତ ଅଜିମଙ୍କୁ ମିଳିଗଲା ଜୀବନ ସାଥୀ

ଶାମଲି,୧୬।୧୦: ଉତ୍ତର ପ୍ରଦେଶରେ ଶାମଲି ଜିଲାର ଅଢ଼େଇ ଫୁଟ୍‌ର ଲୋକପ୍ରିୟ ବ୍ୟକ୍ତି ଅଜିମ ମାନସୁରୀଙ୍କ ଇଚ୍ଛା ଶେଷରେ ପୂରଣ ହୋଇଛି। ଅଜିମଙ୍କୁ ତାଙ୍କ ଜୀବନ ସାଥୀ ମିଳିଛି। ବର୍ତ୍ତମାନ ୭ ନଭେମ୍ବରରେ ସେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଅଜିମ ତାଙ୍କ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ତାଙ୍କ ଶେରୱାନି ଏବଂ ତିନୋଟି ଖଣ୍ଡ ସିଲେଇ ପାଇଁ ଶାମଲିରେ ଜଣେ ଟେଲରଙ୍କ ନିକଟରେ ପହଞ୍ଚିଛନ୍ତି। ଅଜିମ ମାନସୁରୀ କହିଛନ୍ତି, ସେ ଚାହୁଁଛନ୍ତି ଯେ ତାଙ୍କ ସିଏମ ଯୋଗୀ ଆଦିତ୍ୟନାଥ ଏବଂ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ବିବାହରେ ଯୋଗ ଦିଅନ୍ତୁ।
ଅଜିମ ଶାମଲି ଜିଲାର କସବା କୈରାନାର ବାସିନ୍ଦା। ଗତ କିଛିବର୍ଷ ହେବ ତାଙ୍କୁ କନ୍ୟା ମିଳୁ ନ ଥିବା ସମ୍ପର୍କରେ ସେ ରାଜନେତା ଓ ଅଧିକାରୀମାନଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଳ୍ପ ଉଚ୍ଚତା ଯୋଗୁ ତାଙ୍କ ବିବାହ ହୋଇପାରୁ ନ ତତ୍ବା ସେ କହିଥିଲେ। ଅଜିମ ତାଙ୍କ ବିବାହ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଏବଂ ମୁଲାୟମ ସିଂ ଯାଦବଙ୍କୁ ମଧ୍ୟ ଅନୁରୋଧ କରିଥିଲେ। ଏହି କାରଣରୁ ସେ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ।
ଗଣମାଧ୍ୟମରେ ଏହି ଖବର ଭାଇରାଲ ହେବା ପରେ ହାପୁରରୁ ଏକ ପ୍ରସ୍ତାବ ତାଙ୍କ ଘରେ ପହଞ୍ଚିଥିଲା। ଅଜିମ ଏବଂ ତାଙ୍କ ପରିବାର ଏହି ସମ୍ପର୍କକୁ ନେଇ ବହୁତ ଖୁସି। ଅଜିମଙ୍କ ହେବାକୁ ଥିବା ସ୍ତ୍ରୀଙ୍କ ଉଚ୍ଚତା ୨ ଫୁଟ। ନଭେମ୍ବର ୭ରେ ଉଭୟଙ୍କ ବିବାହ ଅନୁଷ୍ଠିତ ହେବ।

 

Share