ଭଉଣୀ ଶିଳ୍ପାଙ୍କ ବିବାହ ପରେ ମାସେ ଯାଏ ଅବସାଦଗ୍ରସ୍ତ ହୋଇଥିଲେ ସମିତା; ଛାଡ଼ି ଦେଇଥିଲେ ବିଗ୍‌ବସ୍‌…

ବମ୍ବେ: ପର୍ନ ଫିଲ୍ମ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ସେ ଏବେ ପୋଲିସ ହେପାଜତରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ବାରମ୍ବାର ଖାରଜ ହେଉଥିବା ବେଳେ ପୋଲିସ ତାଙ୍କୁ ପଚରାଉଚରା ଜାରି ରଖିଛି। ଇତିମଧ୍ୟରେ ଶିଳ୍ପା ଆଧିକାରିକ ଭାବେ ନିଜର ବୟାନ ଜାରି କରିଛନ୍ତି। ଏହାକୁ ସମର୍ଥନ କରିଛନ୍ତି ଭଉଣୀ ସମିତା ସେଟ୍ଟୀ। ତେବେ ଦିନ ଥିଲା ଶିଳ୍ପାଙ୍କ ବିବାହକୁ ନେଇ ଡିପ୍ରେସନ(ଅବସାଦ)କୁ ଚାଲି ଯାଇଥିଲେ ସମିତା।

ଘଟଣା ୨୦୦୯ର। ସେତେବେଳେ ସମିତା ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଭାଗ ନେଇଥିଲେ। ହେଲେ ଭଉଣୀ ଶିଳ୍ପା ବିବାହ କରୁଥିବାରୁ ସେ ଶୋ’ ଛାଡ଼ି ଦେଇଥିଲେ। ୨୦୧୬ରେ କପିଲ ଶର୍ମାଙ୍କ ଶୋ’ରେ ଶିଳ୍ପା, ରାଜ୍‌, ସମିତା ପହଞ୍ଚିଥିଲେ। ସେଠାରେ ସମିତା ନିଜ ଜୀବନ ସହ ଜଡ଼ିତ ଅନେକ କଥା ବାଣ୍ଟିଥିଲେ। ଶିଳ୍ପାଙ୍କ ବିବାହ ପରେ ଏକ ମାସ ପର୍ଯ୍ୟନ୍ତ ସେ ଅବସାଦଗ୍ରସ୍ତ ଥିବା କହିଥିଲେ।

ରାଜ-ଶିଳ୍ପାଙ୍କ ବିବାହକୁ ନେଇ ମୁଁ ଖୁସିଥିଲି। ହେଲେ ପରେ ଏକ ମାସ ପର୍ଯ୍ୟନ୍ତ ଡିପ୍ରେସନକୁ ଚାଲି ଯାଇଥିଲି। ଘରେ ଥିବା ସମୟରେ ବହୁତ ହସଖୁସିରେ ସମୟ କଟୁଥିଲା। ବିବାହ ପରେ ଘର ଖାଁ ଖାଁ ହୋଇଯାଇଥିଲା। ତାଙ୍କ କଥା ମନେ ପଡ଼ୁଥିଲା। ମାସେ ଯାଏ ସେହିଭଳି ଲାଗିଥିଲା ବୋଲି ସମିତା କହିଛନ୍ତି।

ସମିତା ଭଉଣୀ ଶିଳ୍ପାଙ୍କୁ ନିଜ ଆଦର୍ଶ ବୋଲି ଭାବିଥାନ୍ତି। ଏଣୁ ସେ ଏଭଳି ବିପଦ ସମୟରେ ଶିଳ୍ପାଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ସେ ଶିଳ୍ପାଙ୍କ ପୋଷ୍ଟରେ କମେଣ୍ଟ କରି ‘ମୁଁ ତୁମକୁ ବହୁତ ଭଲପାଏ ମୁନ୍‌କି। ମୁଁ ତୋ ସହ ସବୁ ଭଲ-ଖରାପ ସମୟରେ ରହିଥିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri