ରାକେଶଙ୍କଠାରୁ ଅଲଗା ହୋଇଗଲେ ଶମିତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶମିତା ସେଟ୍ଟି ଓ ତାଙ୍କ ପୁରୁଷ ବନ୍ଧୁ ରାକେଶ ବାପଟ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ଶମିତା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ତାଙ୍କ ପ୍ରଶଂସକଙ୍କୁ ଦେଇଛନ୍ତି ଯେ ତାଙ୍କର ବ୍ରେକଅପ ହୋଇଯାଇଛି । ଶମିତାଙ୍କ ଏହି ସୂଚନା ପରେ ତାଙ୍କର ଓ ରାକେଶଙ୍କ ପ୍ରଶଂସକଙ୍କ ମନରେ ଆଘାତ ଆସିଥିବା ନିଶ୍ଚୟ ।
କିଛିଦିନ ପୂର୍ବରୁ ଖବର ଆସିଥିଲା କି ଶମିତା ଓ ରାକେଶଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ । ଉଭୟ ଅଲଗା ହୋଇଯାଇଛନ୍ତି । ହେଲେ ସେତେବେଳେ ଏହି ଖବରକୁ ଶମିତା ଖଣ୍ଡନ କରିଥିଲେ । କହିଥିଲେ ଆମେ ଏବେବି ଏକାଠି ଅଛୁ । ହେଲେ ଏବେ ଅଭିନେତ୍ରୀ ନିଜେ ଆନାଉନ୍ସ କରିଛନ୍ତି କି ତାଙ୍କର ରାକେଶଙ୍କ ସହ ବ୍ରେକଅପ ହୋଇଯାଇଛି ।
ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟ ଶେୟାର କରି ଶମିତା ସେଟ୍ଟି ଲେଖିଛନ୍ତି, ମୋତେ ଲାଗୁଛି କି ଏହା ସ୍ପଷ୍ଟ କରିଦେବା ଦରକାର କି, ରାକେଶ ଓ ମୁଁ ଏବେ ଏକାଠି ହୋଇ ନାହୁଁ । ହେଲେ ଏହି ମ୍ୟୁଜିକ ଭିଡିଓ ସେହି ସସସ୍ତ ପ୍ରଶଂସକଙ୍କ ପାଇଁ ଯେଉଁମାନେ ଆମକୁ ଏତେ ସମର୍ଥନ ଓ ଭଲ ପାଇବା ଦେଇଛନ୍ତି । ଆମ ଉପରେ ସବୁବେଳେ ଆପଣଙ୍କ ଭଲପାଇବା ଥାଉ । ଆପଣ ସମସ୍ତଙ୍କୁ ମୋର ଭଲ ପାଇବା ଓ ଶୁଭେଚ୍ଛା ।
ଏନେଇ ରାକେଶ ବାପଟ ବି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସେ ବି ଲେଖିଛନ୍ତି, ଏବେ ଶମିତା ଓ ମୁଁ ଏକାଠି ନାହୁଁ, ଆମ ଭିତରେ ବ୍ରେକଅପ୍ ହୋଇ ଯାଇଛି । ବହୁ ପ୍ରତିକୂଳ ପରିସ୍ଥିତିରେ ଆମେ ଏକାଠି ହୋଇଥିଲୁ । ଉଭୟ ପରିବାରର ସପୋର୍ଟ ବି ଆମ ସହ ଥିଲା । ଏବେ କିନ୍ତୁ ଆମେ ଅଲଗା ହୋଇଯାଇଛୁ । ଏହାଶୁଣି ଯଦିଓ ଆପଣମାନଙ୍କ ମନ ଉଣା ହେଉଥିବ ହେଲେ ଏହି ସୁନ୍ଦର ଗୀତଟି ଆପଣମାନଙ୍କ ପାଇଁ । ଆପଣଙ୍କ ଭଲପାଇବା ଅଲଗା ଅଲଗା ଭାବେ ଆମ ପ୍ରତି ଥାଉ ।
ସୂଚନାଯୋଗ୍ୟ, ଶମିତା ଓ ରାକେଶଙ୍କ ଲଭ ଷ୍ଟୋରୀ ‘ ବିଗ ବସ ଓଟିଟି’ରୁ ଆରମ୍ଭ ହୋଇଥିଲା । ଗତ ବର୍ଷ ଅଗଷ୍ଟରେ ଏହା ଆରମ୍ଭ ହୋଇଥିଲା । ଏହାପରେ ଉଭୟଙ୍କୁ କିଛି ସମୟ ପାଇଁ ‘ବିଗ ବସ ୧୫’ରେ ବି ଦେଖିବାକୁ ମିଳିଥିଲା । ଏହାପରେ କିଛିଦିନ ପାଇଁ ଉଭୟଙ୍କୁ ଏକାଠି ସ୍ପଟ କରାଯାଇଥିଲା । ହେଲେ ଏବେ ଏମାନଙ୍କୁ ଆଉ ଏକାଠି ଦେଖିବାକୁ ମିଳି ନ ଥିଲା । ଏହାରି ଭିତରେ ଦର୍ଶକେ ଅନୁମାନ କରୁଥିଲେ କି ଏମାନଙ୍କର ବ୍ରେକଅପ ହୋଇଯାଇଛି । ଆଉ ଏବେ ଶମିତା ଏହା ଆନାଉନ୍ସ କରିଦେଲେ ।

Share