Categories: ଖେଳ

ଭାରତୀୟ ଦଳର ଗୁମର ଖୋଲିଦେଲେ ଶାମି

ନୂଆଦିଲ୍ଲୀ,୨୬।୧: ଦକ୍ଷିଣ ଆଫ୍ରିକା ଗସ୍ତରେ ଟିମ ଇଣ୍ଡିଆର ପରାଜୟକୁ ନେଇ ବୋଲର୍‌ ମହମ୍ମଦ ସାମିଏକ ବଡ଼ ଖୁଲାସା କରିଛନ୍ତି। ବ୍ୟାଟ୍ସମ୍ୟାନ୍‌ଙ୍କ ଯୋଗୁ ଦଳ ଏହି ଗସ୍ତରେ ପରାଜୟ ଭୋଗିଥିଲା ବୋଲି ସେ କହିଛନ୍ତି। ଏକ ସାକ୍ଷାତକାରରେ ମହମ୍ମଦ ଶାମି କହିଛନ୍ତି ଯେ ଆମର ବ୍ୟାଟିଂ ଭଲ ନ ଥିଲା। ଏହି କାରଣରୁ ଆମକୁ ପରାଜୟର ସାମ୍ନା କରିବାକୁ ପଡିଲା। ଆମର ବୋଲିଂ ୟୁନିଟ ବହୁତ ଭଲ ପ୍ରଦର୍ଶନ କରିଛି। ଅଧିକାଂଶ ସମୟରେ ବୋଲରମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଏହା ଏକ ସକରାତ୍ମକ ଦିଗ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଭାରତୀୟ ଦଳ ଟେଷ୍ଟ ସିରିଜରେ ୧-୨ ଏବଂ ଦିନିକିଆ ସିରିଜରେ ୦-୩ରେ ପରାସ୍ତ ହୋଇଥିଲା। ତେବେ ଦ୍ରୁତ ବୋଲର ଶାମି କେବଳ ଟେଷ୍ଟ ଦଳର ଅଂଶ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ବିବୃତ୍ତି କେବଳ ଟେଷ୍ଟ ସିରିଜ ବିଷୟରେ ଆସିଛି। ଦଳ ପ୍ରଥମ ଟେଷ୍ଟରେ ଜିତିଥିଲା, କିନ୍ତୁ ଶେଷ ଦୁଇଟି ଟେଷ୍ଟରେ ହାରି ଯାଇଥିଲା। ଟେଷ୍ଟ ସିରିଜରେ ପରାଜୟ ପରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଥିଲେ। ଦଳକୁ ଏବେ ଫେବୃୟାରୀ-ମାର୍ଚ୍ଚରେ ଶ୍ରୀଲଙ୍କାରୁ ଏକ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ତେବେ ନୂତନ ଟେଷ୍ଟ ଅଧିନାୟକ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Share