ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ପ୍ରେମିକଙ୍କ ହାତ ଧରିଲେ…

ବମ୍ବେ: ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ। ପ୍ରେମିକ ଗୌରବ ବର୍ମାଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ସମତା ଅଞ୍ଚନ। ଉଭୟଙ୍କର ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଫେବୃୟାରୀ ୮ରେ ପରିବାରଲୋକ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ହାତକୁ ଦୁଇ ହାତ ହୋଇଛନ୍ତି ସମତା।

ଗତ ବର୍ଷ ଡିସେମ୍ବର ୩ ତାରିଖରେ ପ୍ରେମ ସମ୍ପର୍କରେ ଥିବା ନେଇ ସ୍ବିକାର କରିଥିଲେ ସମତା। ହେଲେ ବ୍ୟକ୍ତିଜଣଙ୍କ କିଏ ତାହା କହି ନ ଥିଲେ। ପରେ ସେ ପ୍ରେମିକଙ୍କ ସହ ଫଟୋ ଶେୟାର କରିଥିଲେ ହେଁ ତାଙ୍କ ପରିଚୟ ମିଳି ନ ଥିଲା। ଏବେ ଉଭୟ ନିଜ ସମ୍ପର୍କକୁ ଆଗକୁ ବଢ଼ାଇଛନ୍ତି।

ସମତା ଟେଲି ଧାରାବାହିକ ‘ଏଭରେଷ୍ଟ’ରେ କାମ କରିଥିଲେ। ଗ୍ଲାମରସ୍‌ ଲୁକ୍‌ ସାଙ୍ଗକୁ ତାଙ୍କର ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ତାଙ୍କୁ ରଜନୀକାନ୍ତଙ୍କ ଫିଲ୍ମରେ କାମ କରିବାର ସୁଯୋଗ ମିଳିଥିଲା।

Share